

Related Stories
March 10, 2025
ମାଲକାନଗିରି, ମାଲକାନଗିରି ଥାନା ଶିଖ୍ପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୧୭ ଗ୍ରାମର ମାଲ କାନଗିିରି -ମୋଟୁ ୩ ୨ ୬ ଜାତୀୟ ରାଜପଥ କଡରେ ଥିବା ଏକ ଜମିର ସିମା ବିବାଦକୁନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାଡପିଟ୍ ଘଟଣାରେ ଜଣେ ମହିଳା ଓ ତାଙ୍କ ପୁଅ ଙ୍କୁ ଆକ୍ରମଣ ଯୋଗୁଁ ହାତ ଭାଙ୍ଗି ଯିବା ଘଟଣାକୁ ନେଇ ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଛି । ମାଲକାନଗିିରି ଥାନା କେସ୍ ନମ୍ବର ୨୦୬ ଅନୁଯାୟୀ କେସ୍ର ତଦନ୍ତ କରାଯାଇ ଅମିତ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଉସାରାଣି ଶିଲଙ୍କ ପୁଅ ସୁଜନ ମଣ୍ଡଳ ରାସ୍ତା କଡରେ ଏକ ଘର କରି ହୋଟେଲ ବ୍ୟବସାୟ କରୁଥିଲେ । ତାଙ୍କ ସିମାକୁ ଲାଗି ଅମିତ ମଣ୍ଡଳ ଏକ ଛୋଟ ଘର କରି ସେହି ସ୍ଥାନରେ ବ୍ୟବସାୟ କରୁଥିଲେ । କୌଣସି କାରଣରୁ ସିମା ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ମାରପିଟ ହୋଇଥିଲା । ଏଥିରେ ଅମିତ ମଣ୍ଡଳ , ପରଜିତ ମଣ୍ଡଳ , ସୁଜିତ ମଣ୍ଡଳ ପ୍ରତିପକ୍ଷ ସୁଜନ ଶିଲ , ଉସାରାଣି ଶିଲ , ଏବଂ ସୁଜନଙ୍କ ଭାଉଜ ବିଜୁଳି ଶିଲ ଓ ମାମୁଁ ଲବ କବିରାଜଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ସୁଜନ ସିଲ ଙ୍କ ହାତ ଭାଙ୍ଗିବା ସହ , ମାଆ ଉସାରାଣୀଙ୍କର ହାତ ଭାଙ୍ଗି ଯାଇଛି । ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେହିପରି ଅପରପକ୍ଷରେ ସୁଜନ, ତାଙ୍କର ମାଆ ଉଷାରାଣିଙ୍କ ବିରୁଦ୍ଧରେ ପାଲଟା ଆକ୍ରମଣ କରିଥିବାର ଅମିତ ଓ ପରଜିତ ଅଭିଯୋଗ କରିଛନ୍ତି । ଅମିତ , ପରଜିତ ଓ ସୁଜିତ ମଧ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି । ସୁଜନ ଏବଂ ତାଙ୍କ ମାଆ ଉଷାରାଣି ଅଭିଯୋଗ କରିଛନ୍ତି ଯେ ଆମକୁ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଉଛି । ଏହାକୁ ଅମିତ ଏବଂ ତାଙ୍କପରିବାର ଅଶ୍ୱିକାର କରିଛନ୍ତି । ଅମିତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ ଜାମିନରେ ଯାଇଥିବା ଜଣାପଡିଛି । ଏହି ଗଣ୍ଡଗୋଳ ସମ୍ପର୍କ ରେ ଅଧିକ ତଦନ୍ତ ଜାରି ରହି ଥିବା ମାଲକାନଗିରି ଆଇ.ଆଇ.ସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି ।