-
ସଂକ୍ରମିତମାନଙ୍କ ସଂଖ୍ୟା ୩୩,୭୯୭କୁ ବୃଦ୍ଧି ।
-
କେବଳ ଜୁନ ମାସର ୨୦ ଦିନରେ ୫,୬୭୮ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ

ବାରିପଦା, ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଛି ସୁସ୍ଥତା ଓ ଗଢ଼ୁଛି ମୁଣ୍ଡ । କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବା ସମୟରେ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ହୋଇଛି । ଜୁନ ୧୯ରେ ଜିଲ୍ଲାରେ ସଂକ୍ରମଣର ହାର ୪.୬୪ ପ୍ରତିଶତ ରହିଥିଲା । ଜିଲ୍ଲା ଉପରୁ ଲାଲ ବାଦଲ ହଟି କମଳାରେ ପରିଣତ ହୋଇଛି । କେବଳ ଜୁନ ମାସର ୨୦ ଦିନ ମଧ୍ୟରେ ଜିଲ୍ଲାରୁ ୫,୬୭୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୯ ଦିନରେ ୭,୨୩୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହାର ଯଥେଷ୍ଟ ଅଧିକ ରହିଛି । ତଥାପି ଜିଲ୍ଲାରେ କରୋନାର ଭୟ ଦୂର ହୋଇ ନାହିଁ । କୋଭିଡ଼-୧୯ର ଦ୍ୱିତୀୟ ଲହର ଫେରିବା ପରେ ଚଳିତ ଜୁନ ମାସର ୪ରେ-୧, ଜୁନ ୫ରେ-୪, ଜୁନ ୬ରେ – ୨, ଜୁନ ୭ରେ- ୨, ଜୁନ ୮ରେ-୧, ଜୁନ ୯ରେ-୨, ଜୁନ ୧୦ରେ-୨, ଜୁନ ୧୩ରେ-୨, ଜୁନ ୧୬ରେ-୨, ଜୁନ ୧୮ରେ-୧, ଜୁନ ୧୯ରେ ୨ ଏବଂ ଜୁନ ୨୦ରେ -୪ ଜଣଙ୍କୁ ମିଶାଇ ମୋଟ ୨୫ ଜଣଙ୍କର ମୃତ୍ୟୁ ହୋଇଛି ।
ଏହିସମୟରେ ଜୁନ ୨୦ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩,୫୭୭ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୮୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩,୭୯୭ରେ ପହଁଞ୍ଚିଛି । ସେହିପରି ଜୁନ ୧୯ ପର୍ଯ୍ୟନ୍ତ ଜିଲ୍ଲାରୁ ୯୫ ପ୍ରତିଶତରୁ ଅଧିକ ହାରରେ ୩୧,୯୩୫ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁନ ୨୦ ଅପରାହ୍ନ ସୁଦ୍ଧା ୫.୧୫ ପ୍ରତିଶତ ହାରରେ ୧,୭୪୧ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଣ୍ଟର ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଥିବା ସମୟରେ ଆଜି ଜିଲ୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୦.୩୫ ପ୍ରତିଶତ ହାରରେ ୧୧୮ରେ ପହଁଞ୍ଚିଛି । ଏଥି ସହିତ ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO