![](https://indokalingtimes.com/wp-content/uploads/2019/10/IMG-20191021-WA0103.jpg)
ସାନଖେମୁଣ୍ଡି: ଅକ୍ଟୋବର ୨ପବିତ୍ର ଗାନ୍ଧୀ ଜୟନ୍ତୀରୁ ୧୫୦ ତମ ପାଳନ ଅବସରରେ ରାଜ୍ୟ ବିଜେଡ଼ି ଦ୍ଵାରା ଗ୍ରହଣ କରାଯାଇଥିବା ଦୁଇ ମସିଆ କାର୍ଯ୍ୟକ୍ରମର ପଞ୍ଚାୟତ ସ୍ତରରୁ ସଭ୍ୟ ପଞ୍ଜିକରଣ ସହ ଜନ ସଂପର୍କ ପଦଯାତ୍ରା ଆୟୋଜିତ କରିଛନ୍ତି l ସାନଖେମୁଣ୍ଡି ବ୍ଲକ ଅଧିନ ୪ ଗୋଟି ଜିଲ୍ଲା ପରିଷଦ ଆସନ ଅଞ୍ଚଳ ପଞ୍ଚାୟତକୁ ଭିତ୍ତିକରି ୪ ପର୍ଯ୍ୟାୟରେ ହୋଇଥିବା ଏହି ପଦଯାତ୍ରା ଆଜି ସୋମବାର ଉଦଯାପିତ ହୋଇଅଛି l
ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ଧରାକୋଟ ରାଣୀ ସାହେବାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାର ଶେଷ ଦିବସରେ ଜୋନ୍-୬୧ ଅଞ୍ଚଳ ଅନ୍ତର୍ଗତ ଡେଙ୍ଗାଡି, କୌଡ଼ିଆ, କଙ୍କୋରଡା, ଖଲିଙ୍ଗୀ, ଏବଂ ଆଡପଡା ପଞ୍ଚାୟତ ପରିକ୍ରମା କରାଯାଇଥିବା ସହିତ ଜନସାଧାରଣଙ୍କ ମନରେ ନବୀନ ସରକାର ପ୍ରତି ଥିବା ସାଧାରଣ ଅନୁରକ୍ତିକୁ ଅନୁପ୍ରାଣିତ କରାଯାଇଥିଲା lଡେଙ୍ଗାଡି ପଞ୍ଚାୟତର ରଙ୍ଗୁଣି ଛକରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ବ୍ଲକ ବିଜେଡ଼ି ସଭାପତି ଧୋବା ସ୍ୱାଇଁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ୱାଇଁ, ଯୁବ ବିଜେଡ଼ି ସଭାପତି ସନ୍ତୋଷ ବିଷୋୟୀ,ବିଜୁ ଛାତ୍ର ସଭାପତି କାଳୁ ଚରଣ ନାୟକଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଗୋଲାପୀ ସେଠୀ, ଶଙ୍କର୍ଷଣ ସ୍ୱାଇଁ, ପ୍ରମୁଖ ଯୋଗଦାନ କରିଥିବା ବେଳେ ଜିଲ୍ଲା ବିଜୁ ଜନତା ଦଳ ମହିଳା ବର୍ଗ ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇ ,ସାଧାରଣ ସଂପାଦକ ରତ୍ନମଣି ,ଜିଲ୍ଲା ସାଧାରଣ ସଂପାଦକ ପ୍ରମୋଦ କୁମାର ସାହୁ, ତପନ କୁମାର ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ବିଜୁବାବୁଙ୍କ ଆଦର୍ଶକୁ ତ୍ଵରାନିତ କରିବା ପାଇଁ ନବୀନ ବାବୁଙ୍କ ନେତୃତ୍ୱରେ ଥିବା ସରକାରଙ୍କ ସମାଜ ମଙ୍ଗଳକାରୀ ସେ ସଫଳ ରୂପାୟନ ପାଇଁ ସାଧାରଣଙ୍କ ସହଯୋଗ କରିବା ସହିତ ବିଜେଡ଼ି ଦଳ ପ୍ରତି ଆସ୍ଥା ପ୍ରକଟ କରାଇବାର ସଚେତନତା କରିଥିଲେ l
ପଞ୍ଚାୟତର ସଦର ମହକୁମା ଗ୍ରାମ ପରିକ୍ରମା ସହିତ ସାଧାରଣ ସଭା ଆୟୋଜିତ କରି କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସରକାରୀ ଯୋଜନାର ସଫଳତାକୁ ଜନସାଧାରଣରେ ଅବଗତ କରିଥିଲେ l
ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସାଧାରଣ ସଂପାଦକ ଅମିନ ପ୍ରଧାନ,ସହଦେବ ପ୍ରଧାନ,ଅରୁଣ ସ୍ବାଇଁ ,ତୋଫାନ ସେଠୀ,ଗଙ୍ଗାଧର ପାତ୍ର,ଜଗନ୍ନାଥ ପାତ୍ର, ଓସ୍କାର୍ଡ୍ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁ,ଅଶୋକ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ,ପ୍ରମୁଖ ଅଂଶ ଗ୍ରହଣ କରିବା ସହିତ ବିଶାଳ ବାଇକ୍ ରାଲିର୍ ପରିଚାଳନା କରିଥିଲେ l ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ସହ ବାବୁ ପ୍ରଧାନ,ନିତ୍ୟାନନ୍ଦ ପ୍ରଧାନ, କାଳୁ ଚରଣ ଭୂୟାଁ ପ୍ରମୁଖ ବହୁ ଦଳୀୟ ସରପଞ୍ଚ ଓ ଜନ ପ୍ରତିନିଧି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ରିପୋର୍ଟ ପ୍ରଫୁଲ ସାବତ