
ମାଲକାନଗିରି,ମାଲକାନଗିରି ଜିଲ୍ଲାରେ ବସ ବାସ କରୁଥିବା ଆଦିବାସୀଙ୍କ ବିଭିନ୍ନ ଆୟ ପନ୍ଥା ମଧ୍ୟରୁ ସଲପ ଗଛ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି!ଏଠାକାର ଆଦିବାସୀ ଚାଷୀ ଜଙ୍ଘଲ ଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଶ୍ରମ ଲାଗି ଯେତିକି ରୋଜଗାର କରେ ତା ତୁଳନାରେ ସଲପ ଗଛରୁ ଅଧିକ ରୋଜଗାର କରିଥାଏ!ଘର ବାରିପଟେ ଦୁଇ ତିନଟି ସଲପ ଗଛ ରହିଥିଲେ ବର୍ଷ ସାରା ଆଦିବାସୀ ପରିବାରର ଟଙ୍କାର ଅଭାବ ହୁଏ ନାହିଁ!ତେଣୁ ଆଦିବାସୀ ବହୁଳ ଗାଁର ଅଧିକାଂଶ ପରିବାର ସଲପ ଗଛ ଲଗାଇବାକୁ ପ୍ରାଧାନ୍ୟ ଦିଅନ୍ତି ଏବଂ ଅନ୍ୟ ଗଛ ତୁଳନାରେ ସଲପ ଗଛର ଅଧିକ ଯତ୍ନ ନେଇଥାନ୍ତି!ସଲପ ଗଛ ୧ ୨ ରୁ ୧ ୫ ବର୍ଷ ବଢିବା ପରେ ଗଛର ଫୁଲ ଧରିବା ଆରମ୍ଭ ହୁଏ!କଦଳୀ ଭଣ୍ଡା ଭଳି ଏହି ଗଛର କାଣ୍ଡ ତଳକୁ ଓହଳି ଆସିଥାଏ!ଏହାକୁ ଆଦିବାସୀ ଭାଷାରେ କେରାବୋଲି କୁହାଯାଏ!କେରା ତଳକୁ ଲମ୍ବିବାପରେ ତାହାର ଅଗକୁ କଟାଯାଏ!ଅଗ କଟା ଯିବାର ୧ 0 ଦିନ ପରେ ଖୋଲା ଛଡ଼ାଯାଇଥିବା କେରା ମୁହଁରେ ମାଟି ହାଣ୍ଡି ଟିଏ ବାନ୍ଧି ଛାଡିଦିଆଯାଏ!ଏହି କେରା ରୁ ଟୋପାଟୋପା ହୋଇ ରସ ଝରି ବାନ୍ଧଯାଇଥିବା ହାଣ୍ଡିରେ ପଡିଥାଏ!ହାଣ୍ଡି ଟି ଭର୍ତ୍ତି ହୋଇଯିବାପରେ ଲୋକେ ତାହାକୁ କାଢ଼ିଆଣି ଆନଦ ରେ ରସକୁ ପିଅନ୍ତି!ସାଧରଣତଃ ବଡି ସକାଳୁ ସଲପ ରସ ପିଇବାକୁ ଲୋକଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖାଯାଇଥାଏ!ଦ୍ବିପ୍ରହର ଏବଂ ସନ୍ଧ୍ୟା ପୂର୍ବରୁ ମଧ୍ୟ ଗଛ ରୁ ହାଣ୍ଡି ଆଣି ରସ କୁ ବିକ୍ରୀ କରାଯାଏ!ସଲପ ରସ ଥଣ୍ଡା ପାନୀୟ ଭାବେ ବ୍ୟବହାର କରାଯାଉଥିବାରୁ ଏହାର ଚାହିଦା ଅଧିକ ଏବଂ ଏଥିରେ ନିଶା ହେଉଥିବାରୁ ଲୋକେ ବ୍ୟବସାୟ କରି ବେଶ ଭଲ ରୋଜଗାର କରନ୍ତି!ଏହାଛଡା ରସ କୁ ଅଧିକ ନିଶାଯୁକ୍ତ କରିବାପାଇଁ ଏଥିରେ ବିଭିନ୍ନ ପ୍ରକାର ଚେର ମୂଳି ମଧ୍ୟ ମିଶାଯାଏ!ବର୍ଷା ଦିନ ପରେ ପରେ ଦଶହରା ସମୟରେ ସଲପ ଗଛରୁ ରସ ସଂଗ୍ରହ ପକ୍ରିୟା ଆରମ୍ଭ ହୋଇ ବର୍ଷା ଋତୁ ଆରମ୍ଭ ହେବା ପର୍ଯ୍ୟନ୍ତ ଚାଲିଥାଏ!ଆଦିବାସୀ ଙ୍କ ବିବାହ କିମ୍ବା ଘରକୁ କୁଣିଆ ଆସିଲେ ସଲପ ରସକୁ ଅଧିକ ଗୁରୁତ୍ୱ ଦିଆଯାଏ!ତେବେ ଗଛର ମାଲିକ ନିଜେ ଗଛରୁ ରସ ସଂଗ୍ରହ କରିନଥାନ୍ତି!!ଏଥିପାଇଁ ସ୍ୱତନ୍ତ୍ର ଭାବେ ଜଣେ ବ୍ୟକ୍ତି ରହିଥାନ୍ତି!ଯାହାକୁ ସ୍ଥାନିୟ ଭାଷାରେ ଜିଗିତିଆ ବୋଲି କୁହାଯାଏ!ଜିଗିତିଆ ସଲପ ଗଛରୁ ହାଣ୍ଡି କାଢ଼ିଆଣିବା ପରେ ମାଲିକ ସଲପ ବିକ୍ରୀ କରଥାନ୍ତି!ଏଥିପାଇଁ ଜିଗିତିଆ ସପ୍ତାହର ଗୋଟିଏ ଦିନର ଆୟ କୁ ମଜୁରୀ ହିସାବରେ ପାଇଥାଏ!ଗାଁର ଦିଶାରୀ ମଧ୍ୟ ଗୋଟିଏ ଦିନର ଆୟକୁ ନେଇଥାନ୍ତି!ଇର୍ଷା ପରାୟଣ ବ୍ୟକ୍ତି ଙ୍କ ଗୁଣିଗାରେଡି ପ୍ରଭାବରୁ ଗଛକୁ ରକ୍ଷା କରିବା ପାଇଁ ଦିଶାରୀ ଙ୍କୁ ଏହି ଟଙ୍କା ପ୍ରଦାନ କରାଯାଏ!ଜଣେ ନାମକରା ଜିଗିତିଆ ଙ୍କ କହିବା ହେଲା ଗୋଟିଏ ଦିନରେ ସେ ୧ 0ରୁ ୧ ୫ ଟି ଗଛରୁ ହାଣ୍ଡି କାଢ଼ିବା ସହ ହାଣ୍ଡି ବାନ୍ଧିଥାନ୍ତି!ତେବେ ସ୍ଥାନିୟ ଲୋକ ଙ୍କ କହିବା ହେଲା ଗୋଟିଏ ସଲପ ଗଛ ୧ 0 ରୁ ୧ ୨ ବର୍ଷ ପର୍ଯ୍ୟନ୍ତ ରସ ବାହାରୁଥିବାବେଳେ ବର୍ଷକୁ ପ୍ରାୟ ୫0 ହଜାର ଟଙ୍କା ଆୟ ହୁଏ!ମଦ ଭଳି ସଲପ ନିଶା ହେଉଥିବାରୁ ଆଦିବାସୀ ଙ୍କ ସହ ସାଧାରଣ ଲୋକ ଙ୍କ ପାଇଁ ଏହା ପ୍ରିୟ ହୋଇଥିବାବେଳେ ଏହାକୁ ରୀତିମତ ବ୍ୟବହାର କରିଥାନ୍ତି! ଅନ୍ୟାନ୍ୟ ମଦରେ କେମିକାଲ ମିଶାଯାଉଥିବାରୁ ଅଧିକାଂଶ ସମୟରେ ତାହା ବିଷାକ୍ତ ହୋଇଥାଏ, ତାହାକୁ ପିଇ ବହୁଲୋକ ନାନାପ୍ରକାର ରୋଗରେ ପଡିବାସହ କେତେକ ଙ୍କ ର ମୃତ୍ୟୁ ଘଟିଥାଏ! ସଲପ ଗଛ ରସରେ ବିଷାକ୍ତ ଦ୍ରବ୍ୟ ନଥିବାରୁ ଏହାର କୁ ପ୍ରଭାବ ଶରୀର ଉପରେ ପଡ଼ିନଥାଏ!ପରିବାରର ଜଣେ ସଦସ୍ୟ ଭଳି ସଲପ ଗଛ ବର୍ଷତମାମ ଆଦିବାସୀ ପରିବାରକୁ ତେଲ ଲୁଣ ପାଇଁ ଟଙ୍କା ଯୋଗାଉଥିବାରୁ ପ୍ରତି ଗାଁରେ ଏହାକୁ ରୋଜଗାରିଆ ପୁଅ ସହ ତୁଳନା କରି ନିଜ ପୁଅ ପରି ଏହି ଗଛର ଯତ୍ନ ନେଇଥାନ୍ତି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO