
ରାଉରକେଲା ,ରାଜ୍ୟରେ ଧରାପଡିଥିବା ନକଲି ମେଡିସିନ କାରବାରକୁ ନେଇ କ୍ରାଇମ ବ୍ରାଂଚ ତଦନ୍ତ କରାଜିବ ବୋଲି ଯାହା ମୁଖ୍ୟ ମନ୍ତ୍ରୀ ନିର୍ଦ୍ଧେଶ ଦେଲେ ତାହା ନିଶ୍ଚୟ ସ୍ୱାଗତ ଯୋଗ୍ୟ ,କିନ୍ତୁ ଏହି ଘଟଣାରେ ଯଦି ଭେଷଜନିୟନ୍ତ୍ରକ ଓ କଟକ,ରାଉରକେଲା ଓ ନକଲି ମେଡିସିନ ବାହାରିଥିବା କିଛି ଅନ୍ୟ ଅଂଚଳର ଭେଷଜନୀରିକ୍ଷକଙ୍କୁ ଯଦି ନିଲମ୍ବିତ କରାନଯାଏ ତେବେ ଏହି ତଦନ୍ତ ନିଶ୍ଚୟ ବାଟ ବଣା ହେବ ଓ ରାଜ୍ୟରେ ଦିର୍ଘ ଦିନରୁ ଚାଲିଥିବା ନକଲି ମେଡିସିନ କାରବାରର ମୁଳ ଯାଏ କ୍ରାଇମବ୍ରାଂଚ ପହଁଚି ପାରିବ ନାହିଁ ବୋଲି କିଛି ଅବସର ପ୍ରାପ୍ତ ଅଧିକାରୀ ମତ ଦେଇଛନ୍ତି । ସେମାନଙ୍କ କହିବା କଥା ଏଭଳି କାରବାର ଆଜି ନୁହେଁ ଅନେକ ଦିନରୁ ଚାଲିଛି,ବହୁ ବେନାମୀ କଂପାନୀର ମେଡିସିନ ଏବେବି ରାଜ୍ୟରେ ବିକା ଚାଲିଛି,ଏଥିରେ ମେଡିସିନ ବିକ୍ରେତା ,ହୋଲ ସେଲର ଓ ନକଲି କଂପାନୀ ମାନେ ସଂପୃକ୍ତ । ଏସମସ୍ତ କଥା ଭେଷଜ ବିଭାଗର କିଛି ବାବୁଙ୍କ ଜାଣତରେ ନିଜର କିଛି ଫାଇଦାଲାଗି ଚାଲିଛି ବୋଲି କୁହାଯାଉଛିା ଏହି ବିଭାଗରେ ଭେଷଜନିୟନ୍ତ୍ରକ ହେଉଥିବା ଅଧିକାରୀ ମାନେ ନିଜ ଚାକିରୀ ଜୀବନ ଭେଷଜ ନୀରିକ୍ଷକରୁ ଆରମ୍ଭ କରିଥାନ୍ତି । ତେଣୁ ଏମାନେ ସବୁ ବେଳେ ରାଜ୍ୟରେ କେଉଁ ସବୁ ନାମୀ ଓ ବେନାମୀ କଂପାନୀର ମେଡିସିନ କାରବାର ଚାଲିଛି ତାହା କୁ ଜାଣିଥାନ୍ତି ।କିନ୍ତୁ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରନ୍ତି ନାହିଁ । ରାଜ୍ୟରେ ବିଗତ ୫ବର୍ଷରେ ନିୟମ ଅନୁସାରେ ନିଆଯାଇଥିବା ଡ୍ରଗ ସାଂପୁଲରୁ ସବୁ କିଛି ସତ୍ୟା ସତ୍ୟ ଜଣାପଡିବ ।କାରଣ ରାଜ୍ୟରେ ପ୍ରତିମାସ ନିୟମ ଅନୁସାରେ ସାଂପୁଲ ଗୁଡିକ ନିଆଯାଏ ନାହିଁ ,ତେଣୁ କଣ ଠିକ କଣ ବେଠିକ ତାହା ଜଣା ପଡେନାହିଁ ,ଲୋକେ ବିଶ୍ୱାସରେ ମେଡିସିନ କିଣନ୍ତି ତେଣିକି କଣ ଲାଭ ମିଳେ ସେମାନେ ବୁଝନ୍ତି । ଏଭଳି ସ୍ଥିତିରେ ଯେଉଁ ସବୁ ମେଡିସିନ ନକଲି ବୋଲି ଜଣାପଡିଛି,ସେଗୁଡିକର ନିର୍ମାତା ନଥିବା ମଧ୍ୟ ଜଣାପଡିଲାଣି ,ତେଣୁ ଏହି ମେଡିସିନ ସହ ରାଜ୍ୟରେ ଆଉ କେଉଁ ସବୁ ମେଡିସିନ ଏହି ଭଳି ଚାଲିଛି ତାହାର ତଦନ୍ତ ବେଳେ ଏମାନଙ୍କର ନିହାତି ନିଲମ୍ବନ ହେବା ଆବଶ୍ୟକ ନଚେତ ଏମାନେ ସବୁ କିଛି ଲୁଚାଇ ତଦନ୍ତକୁ ବାଟବଣା କରିଦେବାର ସମ୍ଭାବନା ରହୁଛି ବୋଲି ସେମାନେ ମତଦେଇଛନ୍ତି । ଖାଲି ସେତିକି ନୁହେଁ,ଏହି ତଦନ୍ତ ବେଳେ କିଛି ଅବସର ପ୍ରାପ୍ତ ଓ ଭିଜିଲାନ୍ସ ମାମଲାରେ ପଡିନଥିବା ଅଧିକାରୀ ମାନଙ୍କୁ ସାଙ୍ଗରେ ନେଇ ତଦନ୍ତ କରାଗଲେ ବହୁ ଭିତରିିକଥା ପଦାକୁ ଆସିବ ବୋଲି ମତସୃଷ୍ଟି ହୋଇଛି । ଏହି ବିଭାଗର କାରବାର ଯଦି ଉପ୍ତାଦନ କାରୀ ଠାରୁ ଆରମ୍ଭ ହୁଏ ତେବେ କିଣା ବିକାଲାଗି,ମଝିରେ ବିକ୍ରୋତା ସଂଘ,ଦୋକାନୀ,ଡାକ୍ତର,ରିପ୍ରେଜେଂଟେଟିଭ,ଭେଷଜବିଭାଗ ର ସହେଯାଗ ରହିଥାଏ ।ତେଣୁ ଏହାର ତଦନ୍ତ ବେଳେ କଂପାନୀ ଲାବୋରୋଟାରୀ ଠାରୁ ଆରମ୍ଭ କରି ଭେଷଜ ବିବାଗର ବାବୁ ମାନଙ୍କର କାମକୁ ହାତେଇ ନେବାର ସମ୍ଭାବନା ରିହିଥାଏ । ସାଂପୁଲ ନେବା ବେଳେ ନକଲି ମେଡିସିନ ଯାଗାରେ ବାବୁ ମାନେ ଅସଲି ମେଡିସିନ ଗୁଡିକୁ ନେଇଯାଇ କଂପାନୀ ଓ ଦୋକାନୀ ଗୁଡିକୁ ବଂଚାଇବା ଲାଗି ମଧ୍ୟ ବହୁ କାରନାମା କରିଥିବା କୁହାଯାଉଛି ।ତେଣୁ ଯେଉଁ ନକଲି ମେଡିସିନ କାରବାରକୁ ନେଇ ଖୋଦ ଭେଷଜ ବିଭାଗ ଜାଣି ମଧ୍ୟ କିଛି କରୁନଥିଲା ସେହି ବିଭାଗର ମୁଖ୍ୟଙ୍କୁ ନିଲମ୍ବିତ କରାନଯାଇ ତଦନ୍ତରେ ସାମିଲ କରାଗଲେ ସବୁ ଭିତିରି କଥା ଓ ତଦନ୍ତର ମୋଡକୁ ସେ ନକଲି କାରବାର କାରିଙ୍କୁ ଜଣାଇ ଦେବାର ସମ୍ଭାବନା ରହୁଛି ବୋଲି କୁହାଯାଉଛ,ି ତେଣୁ ତୁରନ୍ତ ଏମାନଙ୍କୁ ନିଲମ୍ବିତ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO