
ମାଲକାନଗିରି,ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲକ୍ଷାଧିକ ଟଙ୍କାର ମେଡିସିନ କୁ ଦୀର୍ଘଦିନ ଧରି ଗଚ୍ଛିତ ରଖାଯାଇ ଶେଷରେ ରଫାଦଫା କରିବାକୁ ଉଦ୍ୟମ ଘଟଣା ଗଣମାଧ୍ଯମରେ ପ୍ରକାଶିତ ହେବାପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିସିନ୍ ଦାୟିତ୍ଵ ରେ ଥିବା ଫାର୍ମାସୀଷ୍ଟ ଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି। ତେବେ ଫାର୍ମାସୀଷ୍ଟ ଙ୍କ ଏହି ବଦଳି ନିଷ୍ପତ୍ତିକୁ ଗ୍ରହଣ କରି ପାରିନାହାନ୍ତି ସ୍ଥାନୀୟ ଲୋକ। ଏଥିପାଇଁ ସ୍ଥାନୀୟ ଲୋକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବୀ ପତ୍ର ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ଦେଇଥିବା ଜଣାପଡିଛି । ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ରହିଥିବା କିଛି ମେଡ଼ିସିନ୍ କୁ ଏକ ରୁମ୍ ରେ ରଖାଯାଇଥିଲା। କୋଭିଡ୍ – ୧୯ ସମ୍ପର୍କିତ ବିଭିନ୍ନ ଜିନିଷ ପତ୍ର ରଖାଯିବାକୁ ଏହି ରୁମ୍ ଟି ଆବଶ୍ୟକ ପଡିବାରୁ ଏକ୍ସପାରୀ ମେଡ଼ିସିନ୍ ଗୁଡିକୁ ଖାଲି କରାଯାଇଥିଲା। ଏହି ଘଟଣା କୁ ମେଡିକାଲ ନିକଟସ୍ଥ ଜଣେ ଯୁବକ ନିଜ ମୋବାଇଲ କ୍ୟାମେରାରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମେଡିକାଲ କୁ ବଦନାମ କରିବାକୁ ଉଦ୍ୟମ କରୁଥିବା ବ୍ଲକ୍ ଚେୟାରମ୍ୟାନ ଦେବା ମାଡକାମି, ସ୍ଥାନୀୟ ବିଧାୟକ ପ୍ରତିନିଧି କୋଟାମ ବାଲାୟା, କଂଗ୍ରେସ ବ୍ଲକ୍ ସଭାପତି ଏମଡି ଫାରୁକ୍, ବିଜେପି ବ୍ଳକ ସଭାପତି ପି ଭେଙ୍କଟେଶ୍ୱର ରାଓ, ବରିଷ୍ଠ ବିଜେଡି କର୍ମୀ ନାକା ନୁକାଲ ରାଜୁ,ସମାଜସେବୀ ଏନ୍ ରାଘବ ରାଓ, ଦେବେନ୍ଦ୍ର ରାଓ, ଶୁଭ୍ରାଂଶୁ ସାହୁ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଲୋକ କହିଛନ୍ତି। ଏଥିସହ ବଦଳି କରାଯାଇ ଥିବା ଫାର୍ମାସୀଷ୍ଟ ଦୁର୍ଗମ ଅଞ୍ଚଳରେ ରହି ସୁଦ୍ଧା ଅନବରତ ନିଷ୍ଠାର ସହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। ଏଥିପାଇଁ ଏକ୍ସପାରୀ ମେଡ଼ିସିନ୍ କୁ ସ୍ଥାନାନ୍ତରଣ ଘଟଣାକୁ ଗୁରୁତର ସହ ନ ନେଇ ପଡିଆ ଫାର୍ମାସୀଷ୍ଟ ଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ କୁ ସରକାର ପୁନଃ ବିଚାର କରିବାକୁ ଉପସ୍ଥିତ ଲୋକ ଦାବି କରିଛନ୍ତି। ଏଥିସହ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବା ପରେ ଏକ୍ସପାରୀ ମେଡ଼ିସିନ୍ କୁ ନେଇ ପ୍ରଶାସନିକ ନିଷ୍ପତ୍ତି ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO