
ମାଲକାନଗିରି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ତରଫରୁ ଆଇନ ସଚେତନତା ଶିବିର ଓ “ବିଶ୍ଵ ଶିଶୁ ଶ୍ରମିକ ବିରୋଧରେ ଦିବସ” ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟlର କୃଷ୍ଣ ଚନ୍ଦ୍ର ନାୟକ, ଏବଂ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ତଥା ସ୍ଵେଛାସେବୀ ଡାଃ ରଞ୍ଜନ କୁମାର ସ୍ଵାଇଁ ଉକ୍ତ ଅନଲାଇନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଚେତନ କରିଥିଲେ । ସମଗ୍ର ଭାରତ ବର୍ଷରେ ଶିଶୁ ଶ୍ରମିକ ବିରୋଧରେ ସଚେତନତା ସୃଷ୍ଟି କରିବା ବର୍ତ୍ତମାନ ସରକାରଙ୍କର ଏକ ଆହ୍ୱାନ । ଅଧିକାଂଶ ଶିଶୁ ଶ୍ରମିକଙ୍କୁ କୃଷି କାର୍ଯ୍ୟରେ ନିୟୋଜିତ ଏବଂ ଅନେକ ସ୍ଥାନରେ ନିକୃଷ୍ଟ ଧରଣର କାମ କରିଥାନ୍ତି । ସେମାନେ ବେଠି ଭାବେ କାମ କରିବା ଠାରୁ ଆରମ୍ଭ କରି ନିଶା କାରବାର, ବେଶ୍ୟାବୃତ୍ତି ଭଳି ବେଆଇନ କ୍ଷେତ୍ରରେ ନିୟୋଜିତ କରିଥାନ୍ତି l ସେମାନଙ୍କ ଶାରୀରିକ, ମାନସିକ ସଦୃଢ ହେବା ଦରକାର ତେଣୁ ଶିଶୁଙ୍କୁ ପର୍ଯ୍ୟାପ୍ତ ଶିକ୍ଷା , ସ୍ୱାସ୍ଥ୍ୟସେବା, ବିଶ୍ରାମ, ସ୍ବାଧିନତା ଦରକାର ବୋଲି ଏହି କାର୍ଯ୍ୟକ୍ରମରେ ସମସ୍ତ କଲେଜ ଛାତ୍ରଛାତ୍ରୀ, ଯୁବବର୍ଗଙ୍କୁ ଆଲୋକପାତ କରିଥିଲେ । ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇବା ଏକ ଅପରାଧ ଏବଂ ଯେଉଁମାନେ ବ୍ୟତିକ୍ରମ କରିବେ ଆଇନ ଅନୁସାରେ ଦଣ୍ଡିତ ହେବେ। ତେଣୁ ଏହି ବର୍ଷରେ ସମସ୍ତେ ଏକତ୍ରିତ ହୋଇ ୨ 0୨ ୧ ବର୍ଷରେ ଶିଶୁ ଶ୍ରମିକରୁ ନିର୍ମୂଳିତ କରିବା ଏହାର ଲକ୍ଷ୍ୟ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO