
ମାଲକାନଗିରି,କେନ୍ଦ୍ରରେ ଶାସନାଧିନ ଥିବା ବିଜେପି ସରକାର ଙ୍କ ସମୟରେ ଅହେତୁକ ଭାବେ ତୈଳ ଓ ଗ୍ୟାସ ଦର ବୃଦ୍ଧି ପାଇବାରେ ଲାଗିଛି!ଯାହାକି ସାଧାରଣ ଜନତା ଙ୍କୁ ଯନ୍ତ୍ରଣା ଦେଉଛି!ଆଦିବାସୀ ଅଧୁଷିତ ମାଲକାନଗିରି ଜିଲ୍ଳାରେ ପେଟ୍ରୋଲ ଓ ଡିଜେଲ ଦର ଶତକ ପାରକଲାଣି!ଏହି ଦର ବୃଦ୍ଧି ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା!ମାଲକାନଗିରି ସଦର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମାଡ଼ବି ପେଟ୍ରୋଲ ପମ୍ପ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ରାମ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କମଳା ବରାଳ, ପ୍ରାଣକୃଷ୍ଣ ମଣ୍ଡଳ, ଜି, ଶ୍ରୀନିବାସ ରାଓ, କେଶୁ ରାଓ, ପର୍ଶୁରାମ ଭକ୍ତ, ଙ୍କ ସମତେ ଶତାଧିକ କଂଗ୍ରେସ କର୍ମୀ ମାନେ ଧାରଣାରେ ବସିଥିଲେ!ତୈଳ ଦର ହ୍ରାସ ଓ ପ୍ରଧାନମନ୍ତ୍ରୀ ଙ୍କ ଇସ୍ତଫା ଦାବୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ!ସେହିପରି କାଲିମେଳା ଠାରେ ବିଧାୟକ ପ୍ରାଥୀ ତଥା କାଲିମେଳା ବ୍ଲକ ଅଧକ୍ଷ ମାଲା ମାଢି ଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ମାନେ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO