
ମାଲକାନଗିରି,ମାଲକାନଗିରି ସଦର ମହକୁମାର ଏସ ଡି ଜେ ଏମ କୋର୍ଟ ପରିସରରେ ଶୁକ୍ରବାର ଦିନ ସ୍ୱତନ୍ତ୍ର ଭାବେ କୋଭିଡ଼-୧୯ ଟୀକା କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଓ ଦୋରାଜଜ ସୁଶ୍ରୀ ରେଖା ପ୍ରସାଦ, ଅତିରିକ୍ତ ଜିଲ୍ଲା ଓ ଦୋରାଜଜ ସା, ମୁଖ୍ୟ ବିଚାର ବିଭାଗୀୟଦଣ୍ଡା ଅଧିକାରୀ ବିଶ୍ଵ ରଞ୍ଜନ ବେହେରା, ସବ ଜଜ କମଳାକାନ୍ତ ରାଉତ,ଉପ ଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଡ଼ଃ ନିଶାକର ସାହୁ, ମାଲକାନଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରେଖାରାଣୀ ପଣ୍ଡା, କୋର୍ଟ ପରିଚାଳକ ପ୍ରଣବ କୁମାର ପ୍ରଧାନ ସମେତ ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ଟୀକା ପ୍ରଦାନ କରାଯାଇଥିଲା । ଓଡ଼ି ଶାର ଉଚ୍ଚ ନ୍ୟା ୟାଳୟ ନର୍ଦେଶ ଅନୁଯାୟୀ ଆଜି କୋଭିଡ଼ି -୧୯ ଟୀକା ଦେବାପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।ଏହା ଏକ ଭଲ ପଦକ୍ଷେପ, ଏଠାରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, କର୍ମଚାରୀ ଓ ପରିବାର ବର୍ଗଙ୍କୁ ଟୀକା ପ୍ରଦାନ କରାଯାଇଛି।ବର୍ତ୍ତମାନକରୋନା ସଂକ୍ର ମଣ ବୃଦ୍ଧି ପାଉ ଥିବା ବେଳେ ଟୀକା କରଣ କରାଯାଇଥିବାରୁ ସମସ୍ତଙ୍କୁ କୋର୍ଟ କାମ କରିବାରେ ସହାୟତା ହେବା ସହ ଆତ୍ମବିଶ୍ୱାସର ସହ କାମ କରିପାରିବେ ବୋଲି ରେଜିଷ୍ଟର କୃଷ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।ଏହି ଅବସରରେ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ, ପୂର୍ବତନ ସଭାପତି ନୃସିଂହଚରଣ ମହାନ୍ତି , ଉପ ସଭାପତି ମାନସ ସ୍ୱାଇଁ, ଗୌତମ ସରକାର ସମେତ ବହୁ ଆଇନିଯିବି ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO