ସମାରୋହରେ ପ୍ରଧାନମନ୍ତ୍ରୀ ୨୦୨୦-୨୫ର ବିଶେଷଜ୍ଞ କମିଟି ଦ୍ୱାରା ଦେଶରେ ଇଥାନଲ ମିଶ୍ରଣ ଉପରେ ପ୍ରସ୍ତୁତ ରୋଡ ମ୍ୟାପକୁ ଉନ୍ମୋଚନ କରିବେ । ବିଶ୍ୱ ପରିବେଶ ଦିବସ ଅବସରରେ ଭାରତ ସରକାର E-20 ବିଜ୍ଞପ୍ତି ଜାରି କରୁଛନ୍ତି । ଏଥିରେ ତୈଳ କମ୍ପାନୀଗୁଡିକୁ ଏପ୍ରିଲ ପହିଲା ୨୦୨୩ ସୁଦ୍ଧା ପେଟ୍ରୋଲରେ ଶତକଡା ୨୦ଭାଗ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ବିଆଇଏସ ନିର୍ଦ୍ଧାରିତ E-12 ଓ E-15 ଇଥାନଲ ମିଶ୍ରଣ ମଧ୍ୟ ହେବ । ଏହା ଫଳରେ ଦେଶରେ ଅଧିକରୁ ଅଧିକ ଇଥାନଲ ପାତନ ବିଶୋଧନାଗାର ବସାଯାଇ ପେଟ୍ରୋଲରେ ଏହା ମିଶ୍ରଣ ପାଇଁ ସମୟାନୁଭିତ୍ତିକ ସୁବିଧା ରହିବ । ତାହାହେଲେ ଯାଇ ୨୦୨୫ ମସିହା ପୂର୍ବରୁ ଇଥାନଲ ଉତ୍ପାଦନ୍କାରୀ ରାଜ୍ୟ ଓ ତାହାକୁ ଲାଗିଥିବା ଅଞ୍ଚଳରେ ଅଧିକ ଇଥାନଲ ପ୍ରୟୋଗ ବୃଦ୍ଧି ପାଇବ ।
ପ୍ରଧାନମନ୍ତ୍ରୀ ମଧ୍ୟ ପୁଣେରେ ତିନିଟି ସ୍ଥାନରେ ଅଧିକ ବିତରଣକାରୀ E-100 ବୃହତ ପ୍ରକଳ୍ପ ମଧ୍ୟ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ କୃଷକମାନଙ୍କ ସହ ଇଥାନଲ ଓ ବାୟୋଗ୍ୟାସ ଉପଯୋଗ ଅଭିଜ୍ଞତା ନେଇ ମତବିନିମୟ କରିବା କାର୍ଯକ୍ରମ ରହିଛି ।