
ଭଦ୍ରକ, ଚଳିତବର୍ଷ ବର୍ଷାଋତୁ ଆରମ୍ଭରୁ ଜନବସତିକୁ ପଶିଆସିଛି ପୂର୍ବ ଦନ୍ତା ହାତୀ । ଏହି ଦନ୍ତାହାତୀଟି ଆଜକୁ ୩ବର୍ଷରୁ ଉଦ୍ଧ୍ୱର୍ ହେବ ଗ୍ରୀଷ୍ମ ଋତୁରେ ରବିଧାନ, ଆମ୍ବ, ପଣସ, ସପୁରୀ ଓ ପନିପରିବା ଖାଇବା ପାଇଁ ଗାଁମୁହାଁ ହେଉଛି । ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳର ଗ୍ରାମବାସୀ । ପ୍ରତିବର୍ଷ ଏହି ଦନ୍ତାହାତୀର ଉପଦ୍ରବ୍ୟ ଲୋକଙ୍କ ଆଖିରୁ ନିଦ ହଜାଇ ଦେଉଛି । ଏହି ଦନ୍ତା ହାତୀ ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ପଳାଇ ଆସି ସୋସୋ, କାନପୁର, ପାଟକନା, ଓ ରାଉତରାପୁର ଗ୍ରାମରେ ଆତଙ୍କରାଜ ଚଳାଇଛି । ସୋସୋ ତୋଟାରୁ ହାତୀ ବାହାରି ଆଗରପଡ଼ା ସ୍ଥିତ ରାଉତରାପୁର, ପାଟକନା, ସାଳନ୍ଦୀ ନଦୀର ଅପରପାଶ୍ୱର୍ ଦନେଇପୁର, ମହାନ୍ତିପଡ଼ା, ହଳଦିପହଣୀ ନଦୀପଠା ଅଂଚଳରେ ବୁଲିବା ସହ ଲୋକଙ୍କର ପନି ପରିବା କ୍ଷେତକୁ ଛାରଖାର କରୁଛି । ଏ ଅଂଚଳରେ ଥିବା ପାଳ ଜମିରେ ପ୍ରଚୁର ପରିପାଣରେ ଫଳ ଓ ପନିପରିବା ନଷ୍ଟ ହେଉଥିବା ଯୋଗୁଁ ଲୋକଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ଯାଉଛି । ଭୟରେ ପାଳକୁ ଲୋକେ ଯାଇପାରୁ ନାହାନ୍ତି । ଫଳରେ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ଅଂଚଳବାସୀ । ଗତକାଲି ବିଳମ୍ବିତ ରାତ୍ରରେ ଏହି ଦନ୍ତାହାତୀଟି ହଦଗଡ଼ରୁ ବାହାରି ଦନେଇପୁର, ମହାନ୍ତିପଡ଼ା, ହଳଦିପହଣୀ ଶାସନ ଦେଇ କାଣ୍ଡବା ପାଖରେ ନଦୀପାରିହୋଇ ଆଗରପଡ଼ା କଲେଜ ପଡ଼ିଆ ରାସ୍ତା ପାଖ ଜଙ୍ଗଲରେ ରହିଛି । ସକାଳୁ ଗ୍ରାମବାସୀମାନେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଭଦ୍ରକ ବନଖଣ୍ଡ ଅଧିକାରୀ ବିକାଶ କୁମାର ଦାଶଙ୍କ ନିଦେ୍ର୍ଧଶାନୁଯାୟୀ ଭଦ୍ରକ ରେଞ୍ଜର ବନାଂଚଳ ଅଧିକାରୀ ରଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ଆଗରପଡ଼ା ବନପାଳ ସନ୍ତୋଷ ମାଝୀ, ଭଦ୍ରକ ବନପାଳ ବସନ୍ତ ମାଝୀ, ଅମରେନ୍ଦ୍ର ନାୟକ, ବନରକ୍ଷୀ ସାହାଜାନ ଅଲ୍ଲୀ ଖାନ୍ ପ୍ରମୁଖଙ୍କ ଏକ ସ୍କ୍ୱାଡର଼୍ ଟିମ ଘଟଣାସ୍ଥଳରେ ପହଂଚିି ହାତୀ ଉପରେ ନଜର ରଖିଛନ୍ତି । ତେବେ ଲୋକମାନେ କୌତୁହଳ ବଶତଃ ହାତୀ ନିକଟକୁ ·ଲି ଯାଇ ଫଟୋ ଉଠାଉ ଥିବାରୁ ସେମାନଙ୍କୁ ହାତୀ ପାଖକୁ ଯିବାକୁ ବାରଣ କରାଯାଉଛି । ଏ ବିଷୟରେ ବନାଞ୍ଚଳ ଅଧିକାରୀ ରଞ୍ଜିତ ମହାନ୍ତିଙ୍କୁ ଯୋଗଯୋଗ କରିବାରୁ ସେ କହିଲେ ଖବର ପାଇଲା ମାତ୍ରେ ହାତୀ ଉପରେ ନଜର ରଖାଯାଇଛି । ତେବେ ରାତ୍ରୀ ସମୟରେ ହାତୀକୁ ଘଉଡ଼ାଇବାର ବ୍ୟବସ୍ଥା କରାଯାଇଛି । ତେଣୁ ସନ୍ଧ୍ୟା ପରଠାରୁ ଲୋକମାନେ ଘରୁ ନବାହାରିବାକୁ ଅନୁରୋଧ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO