
ଭୁବନେଶ୍ୱର – ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏବେ ପୁଣି ଅଂଟା ଭିଡ଼ିଛି ରାଜ୍ୟ କଂଗ୍ରେସ । ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି କିନ୍ତୁ ଦୀପାବଳି ପର ଠାରୁ ତ୍ୱରାନ୍ୱିତ କରାଯିବ । ଅପେକ୍ଷାକୃତ ଛୋଟ କମିଟି ଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଆସନ୍ତା ୨୪ରେ କଂଗ୍ରେସ ଭବନରେ ପର୍ଯ୍ୟବେକ୍ଷକଙ୍କ ନେଇ ବୈଠକ ବସିବ । ଏହି ବୈଠକରେ ପର୍ଯ୍ୟବେକ୍ଷକ ଗସ୍ତ କରିଥିବା ୩୩ ସାଂଗଠନିକ ଜିଲ୍ଲାର ରିପୋର୍ଟ ଦେବେ । ସେହି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଏଆଇସିସିଙ୍କ ନିକଟକୁ ପଠାଯିବ ।