
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ଜାତୀୟ ସେବା ସଂସ୍ଥା ଏବଂ ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀର ମିଳିତ ଆନୁକୂଲ୍ୟରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ପରିବହନ ଅଧିକାରୀ ରାମେଶ୍ୱର ପ୍ରଧାନ, ଓ ଏମ ଭି ଆଇ ଖଗେଶ୍ୱର ମୁର୍ମୁ ଙ୍କ ପ୍ରଚେଷ୍ଟା ରେ ଆୟୋଜିତ ହୋଇଥିଲା!ଜିଲ୍ଲା ରେଡ଼କ୍ରସ ରେ ସମ୍ପାଦକ ତଥା ଆବାହକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଅର୍ଥଶାସ୍ତ୍ର ବିଭାଗ ଅଧ୍ୟାପକ ଲିଙ୍ଗରାଜ ମିଶ୍ରଯୋଗଦେଇ ହେଲମେଟ ପିନ୍ଧିବା, ଗାଡି ଚଳାଇବା ପାଇଁ ସ୍ୱୀକୃତି ପତ୍ର ଲାଭ କରିବା, ଗାଡିର ଅନ୍ୟାନ କାଗଜପତ୍ର, ଜୀବନ ବୀମା କରିବା ଉପରେ ଆଲୋକପାତ କରିଥିଲେ!ଏହି କାର୍ଯ୍ୟକ୍ରମ ରେ ଗୁଡ଼ ସାମରିଟା ନ ପଲିସି ଅନ୍ତର୍ଗତ ବିଭିନ୍ନ ନିୟମାବଳୀ ଓ ସହାୟତା ବିଷୟରେ ବିଝା ଯାଇଥିଲା!ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତି ଙ୍କ ଜୀବନ ରକ୍ଷା କରିବାପାଇଁ ସରକାର ଙ୍କ ତରଫରୁ ଗୁଡ଼ ସମାରିଟାନ ପଲିସି ପ୍ରଣୟନ କରାଯାଇଛି!ଏହି ପଲିସି ଦ୍ୱାରା କୋଣସି ଭଦ୍ର ବ୍ୟକ୍ତି ଯଦି ଦୁର୍ଘଟଣା ରେ ଆହତ ହୋଇ ରାସ୍ତାରେ ପଡ଼ିଥିବା ଲୋକଙ୍କୁ ଡାକ୍ତରଖାନାକୁ ନେଲେ ତାଙ୍କୁ ୨ 000ହଜାର ଟଙ୍କା ସରକାର ଙ୍କ ତରଫରୁ ସହାୟତା ଦିଆଯିବ!ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବି, ଗୁପ୍ତେଶ୍ୱର ରାଓ, ପ୍ରମିୟ କୁମାର ମହାନ୍ତି ଉମେଶ ଚନ୍ଦ୍ର ରାଉତ, ଗୌତମ କୁମାର ନାୟକ, ସୁଶାନ୍ତ ମାଝୀ, ଏବଂ ବରିଷ୍ଠ କିରାଣୀ ଭାଗବତ ସ୍ୱାଇଁ ସମତେ ଅନ୍ୟାନ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ!ଉପସ୍ଥିତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ହାତରେ ପ୍ରଚାର ପତ୍ର ଧରି ଏକ ରାଲିରେ ବାହାରିଥିଲେ!ଏହି ରାଲିକୁ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଉଦଘାଟନ କରିଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO