-
କମାର ଶାଳ ରେ ଚକ ପାଇଁ ଆବଶ୍ୟକ ପଂଦାରୀ,ବଳା ନିର୍ମାଣ ଜାରୀ,
ଆଜି ଉକ୍ତ ଚକ ଗୁଡିକର କଳସା କରାଯାଇ(ପଇ,ପଇ ମଧ୍ୟରେ ସଂଯୋଗ ର ଖାପ ବା ଘାଟି ତିଆରି) ବିଲେଇ ଵାଡ଼ିଆ କାର୍ଯ୍ୟ (ଅରରେ ପଇ ସଂଯୋଗ ବିନ୍ଧରେ କିଳା ବାଡେଇ ପଇକୁ ପଇ ରେ ଖାପ ଦେବା ପାଇଁ)ପରେ, ତୁମ୍ଵରେ ଅଖ ବିନ୍ଧ ସ୍ଥାନରେ ଦୁଇ ପାର୍ଶ୍ଵରେ ଲୁହା ପଂଦାରୀ ବସା ଯିବାସହ ତୁମ୍ବ ଗୁଡିକର ଦୁଇ ପଟେ ଲୁହା ବଳା ଫିଟିଙ୍ଗ ହୋଇ, ତିନିରଥ ର ଦୁଇଟି ଲେଖାଁଏ ଚକା ସମ୍ପୂର୍ଣ୍ଣ ହୋଇଅଛି | ଏଥିସହ ପ୍ରତି ରଥର ଦୁଇଟି ଲେଖାଁଏ ଚକର ଅର ସଂଯୋଗ, ସିଙ୍ଗଡ଼ା ଵାଡ଼ିଆ ,ତୁମ୍ବ ବିନ୍ଧ କାମ ସାରି ତାଳଧ୍ୱଜ ରଥ ୪ ଟି ପଇ, ଦେବଦଳନ ରଥର ୮ଟି ପଇ ଏବଂ ନନ୍ଦି ଘୋଷ ରଥର ୪ ଟି ପଇ ର ବିନ୍ଧକାମ ଜାରୀରହିଛି ।ତାଳଧ୍ଵଜ ରଥର ଦୁଇଟି ଚକ ସମ୍ପୂର୍ଣ୍ଣ ହୋଇ ଆଜି ଆଉ ଦୁଇଟି ଚକରେ ଅର ସଂଯୋଗ, ସିଙ୍ଗଡ଼ା ଵାଡ଼ିଆ,ଅର ସାଲ ପରେ ବିନ୍ଧ କାମ ଶେଷ ହୋଇ ପଇ ଗୁଡିକରେ ବିନ୍ଧ କାର୍ଯ୍ୟ ଜାରୀ ରହିଛି ।
ଥିସହ ତାଳ ଧ୍ୱଜ ରଥ ପାଇଁ ଆବଶ୍ୟକ ୧୧ ଟି ସାଲଗୁଜ ର ଚଉପଟ ସରିଛି, ୯ଟି ଜଳ ଯନ୍ତ୍ର ରୁ ୮ଟିର ନିର୍ମାଣ ସରିଛି |ଦେବଦଳନ ରଥ ନିର୍ମାଣ କାର୍ଯ୍ୟ ଗତ କାଲି ଦେବଦଳନ ରଥର ଦୁଇଟି ଚକରେ ଅର ଲାଗି ସରିଥିଲା |ଆଜି ଦ୍ୱୟ ଚକର ତୁମ୍ଵରେ ପଂଦାରୀ ଏବଂ ବଳା ବସାଯାଇ ଦୁଇଟି ଚକ ସମ୍ପୂର୍ଣ୍ଣ ହୋଇ ଆଉ ଦୁଇଟି ଚକର କାମ ଆରମ୍ଭ ହୋଇ ତୁମ୍ଵରେ ଅର ସଂଯୋଗ ସହ ସିଙ୍ଗଡ଼ା ଵାଡ଼ିଆ, ଅର ସାଲ ସହ ତୁମ୍ଵରେ ଅଖ ବିନ୍ଧ ହୋଇଅଛି | ଦୁଇଟି ଚକ ପାଇଁ ପଇ ବିନ୍ଧ କାମ ଶେଷ ହୋଇଛି |ଏଥିସହ ୧୧ ଟି ସାଲଗୁଜ, ୯ଟି ଜଳଯନ୍ତ୍ର ର ଚଉପଟ କାର୍ଯ୍ୟ ସରିଛି । ଦେବୀ ରଥ ମହାରଣା ଯୋଗାଇ ଥିବା ସାଲ ଗୁଜରେ ରୂପକାର ସେବକ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ।
ନନ୍ଦିଘୋଷ ରଥର ଦୁଇଟି ଚକରେ ପଂଦାରୀ, ବଳା ଫିଟିଙ୍ଗ ପରେ ଦୁଇଟି ଚକ ସମ୍ପୂର୍ଣ୍ଣ ହୋଇଛି | ଆଉ ଦୁଇଟି ଚକ ନିର୍ମାଣ ପାଇଁ ତୁମ୍ଵରେ ଅର ସଂଯୋଗ ସହ ଯନ୍ତାଗାଡରେ ସିଙ୍ଗଡ଼ା ଵାଡ଼ିଆ ସରି ,ଅର ସାଲ ହୋଇ ,ତୁମରେ ଅଖ ବିନ୍ଧ ଶେଷ ହୋଇଛି |ଚାରୋଟି ପଇ ର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି |ଏଥିସହ ୧୧ ଟି ସାଲ ଗୁଜ ,୬ଟି ଜଳଯନ୍ତ୍ର, ୧ ଟି ତିଖ ଗୁଜ ଚଉପଟ ସରି ରୂପ ଖୋ ଦେଇ ପାଇଁ ରୂପକାର ସେବକଙ୍କୁ ଦିଆଯାଇଅଛି ।ଦୋଳବେଦୀ ସ୍ଥ ଅସ୍ଥାଇ କମାର ଶାଳ ରେ ଓଝା ସେବକ ମାନେ ଚକ ପାଇଁ ଆବଶ୍ୟକ ପଂଦାରୀ,ବଳା ନିର୍ମାଣ ଜାରୀ ରଖିଛନ୍ତି |