
ବାରିପଦା, ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ଚେନ ଭାଙ୍ଗିବାର ନାମ ଧରୁନାହିଁ । ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବା ସହ ନୂଆ ନୂଆ ରେକର୍ଡ଼ କରିବାରେ ଲାଗିଛି । ଜିଲ୍ଲାର ସଦର ମହକୁମା ବାରିପଦାରୁ ଆରମ୍ଭ କରି ଗ୍ରାମାଚଂଳ ସର୍ବତ୍ର କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି । ଏହି ସମୟରେ କେବଳ ଚଳିତ ମଇ ମାସର ୩୦ ଦିନରେ ଜିଲ୍ଲାରୁ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୧୦, ୫୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୯ ଦିନରେ ୮,୦୯୩ ଜଣ ସୁସ୍ଥ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ କରୋନା ପାରାମିଟର ଉପର ମୁହାଁ ହେବାରେ ଲାଗିଛି ।
ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୯,୫୪୧ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ତାରିଖର ୬୬୨ ରେକର୍ଡ଼କୁ ଭାଙ୍ଗି ୬୯୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭, ୫୮୭ରେ ପହଁଚିଛି । ସେହିପରି ମଇ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରୁ ୮୫.୨୧ ପ୍ରତିଶତ ହାରରେ ୨୩, ୫୦୬ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ପୂର୍ବାହ୍ନ ସୁଦ୍ଧା ୧୪.୪୫ ପ୍ରତିଶତ ହାରରେ ୩,୯୮୬ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଂଟର, କୋଭିଡ଼ ହସପିଟାଲ, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼ ଓ କଟକ-ଭୁବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି ଏବଂ ମଇ ୨୯ ତାରିଖ ପର୍ଯ୍ୟନ୍ତ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରୁ ମୋଟ୍ ୯୫ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO