
ବାଲେଶ୍ୱର, ବିଦ୍ୟୁତ ଖୁଂଟକୁ କେନ୍ଦ୍ର କରି ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୧୦ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କଲ୍ୟାଣୀ ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ହଣାହଣି ଭଳି ସ୍ଥିତି ଉପୁଜିଥିଲା । ବାତ୍ୟାରେ ଉପୁଡ଼ି ପଡିଥିବା ବିଦ୍ୟୁତ ଖୁଂଟ ଗୋଟିଏ ଜାଗାରେ ରଖାଯାଇଥିଲା । ସେଥିରୁ ଗୋଟିଏ ଗୋଷ୍ଠୀ କିଛି ଖୁଂଟ ଉଠାଇ ନେବାରୁ ଗଣ୍ଡଗୋଳ ଦେଖାଦେଇଥିଲା । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମାରଣାସ୍ତ୍ରରେ ଆକ୍ରମଣ ପ୍ରତି ଆକ୍ରମଣରେ ଉଭୟ ପକ୍ଷର ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୧୦ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।