
ଜୟପୁର, ସମାଜର ଶୃଙ୍ଖଳିତ ସାମାଜିକ ବ୍ୟବସ୍ଥା ନିମନ୍ତେ ନିସ୍ବାର୍ଥପର ଭାବେ ଜାଗ୍ରତ ପ୍ରହରୀ ଭାବେ ଗଣମାଧ୍ୟମ ପ୍ରତିନିଧି ମାନେ ନିରବଚ୍ଛିନ୍ନ ନିଜ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ବିଭିନ୍ନ ସମୟରେ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ଆଗଧାଡିର ଯୋଦ୍ଧା ବୋଲି ପ୍ରଶଂସା ମଧ୍ୟ କରାଯାଉଛି । କିନ୍ତୁ, ଏହା ସତ୍ତ୍ୱେ ଠିକ୍ ବିପରୀତ ଭାବେ ଉକ୍ତ କାର୍ଯ୍ୟରତ ସାମ୍ବାଦିକ ମରଣାନ୍ତକ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି । ଏହିପରି ଘଟଣା ବାରମ୍ବାର ହେଉଥିବା ବେଳେ ସାମ୍ବାଦିକଙ୍କ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ବର୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆନଯିବା ଅତି ଦୁଃଖଦାୟକ । ଗତ କିଛି ଦିନ ପୂର୍ବରୁ ପୁରୀ ଠାରେ କାର୍ଯ୍ୟରତ ଜିଲ୍ଲା ଗଣମାଧ୍ୟମ ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ପୋଲିସର ମରଣାନ୍ତକ ଆକ୍ରମଣ ଘଟଣାକୁ ସମସ୍ତ ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷିରେ ଉକ୍ତ ଘଟଣାକୁ ବୋରିଗୁମ୍ମା ପ୍ରେସ କ୍ଲବ୍ ମଧ୍ୟ ଘୋର୍ ବିରୋଧ ଓ ନିନ୍ଦା କରିବା ସହ ମାମଲାେର ଜଡ଼ିତ ଥିବା ସମ୍ପୃକ୍ତ ପୋଲିସ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୋରିଗୁମ୍ମା ବିଡିଓ ପ୍ରଣୟ ରଞ୍ଜନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ପ୍ରେସ କ୍ଲବ୍ ର ସଭାପତି ବିଜୟ ନାରାୟଣ ସାହୁ, ମୋହନ ଦୋରା, ରଞ୍ଜନ ମିଶ୍ର, ପିମ୍ପସ କୁମାର, ସୁଶୀଲ ଷଡ଼ଙ୍ଗୀ, ଅନନ୍ତ ରାଓ, କାଳୀ ପ୍ରସାଦ ପଣ୍ଡା, ସୁକାନ୍ତ ମାଝୀ, ଲୋକନାଥ ପଟ୍ଟନାୟକ, ଶଙ୍କର ମହାନ୍ତି, ବିଶ୍ୱଜିତ ପାଣିଗ୍ରାହୀ, ମାନସ ହୋତା, ସରଜ ପାଣଗ୍ରାହୀ, ସାକିଲି ଦୋରା, ଦୟାନିଧି ପଟ୍ଟନାୟକ ଏବଂ ସୁଜିତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO