
ଭଦ୍ରକ- ୫-ଟି ସଚିବ ଭି.କେ. ପାଣ୍ଡିଆନ ‘ମୋ ସରକାର’ କାର୍ଯ୍ୟକ୍ରମ ତଦାରଖ ନେଇ ରାଜ୍ୟର ବିଭିନ୍ନ ଜିଲାରେ ଥିବା ସରକାରୀ ମୁଖ୍ୟ ଚିକିସôାଳୟ ଗୁଡିକୁ ଗସ୍ତ କରୁଛନ୍ତି । ମାତ୍ର ଭଦ୍ରକ ଜିଲାର ଏଭଳି କିଛି ଡାକ୍ତରଖାନା ଅଛି, ଯେଉଁଠାରେ ଡାକ୍ତର ନାହାଁନ୍ତି । ସେଭଳି ଏକ ଡାକ୍ତରଖାନା ହେଉଛି ଏହି ଜିଲାର ବାସୁଦେବପୁର ବ୍ଲକ୍ ଇରମ୍ରେ । ୧୯୫୬ ମସିହାରେ ପ୍ରତିÂା ହୋଇଥିବା ଏହି ପ୍ରାଥମିକ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଇରମ ପଂଚାୟତ ସମତେ ଆଖପାଖ ୧୦ଟି ପଂଚାୟତର ଲୋକେ ନିର୍ଭର କରନ୍ତି । ହେଲେ ଏହି ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ସହିତ ଜଣେ ଲେଖାଏଁ ଫାର୍ମାସିଷ୍ଟ, ଷ୍ଟାପ୍ ନର୍ସ, ସ୍ୱାସ୍ଥ୍ୟ ସହାୟିକା ଓ ସୁଇପର ରହିବାର ବ୍ୟବସ୍ଥା ରହିଛି । କିନ୍ତୁ ଦୀର୍ଘବର୍ଷ ହେବ ଏଠାରେ ଡାକ୍ତର ନାହାଁନ୍ତି । ସେହିଭଳି ଷ୍ଟାପ୍ନର୍ସ କି ସ୍ୱାସ୍ଥ୍ୟ ସହାୟିକା ମଧ୍ୟ ନାହାଁନ୍ତି । କେବଳ ଜଣେ ଫାର୍ମାସିଷ୍ଟ ଓ ଜଣେ ସୁଇପରରେ ଡାକ୍ତରଖାନା ଚାଲିଛି । ପ୍ରତିଦିନ ଏଠାକୁ ଶହେ ପାଖାପାଖି ରୋଗୀ ଆସୁଥିବାବେଳେ ସେମାନଙ୍କର ଭରସା କେବଳ ଫାର୍ମାସିଷ୍ଟ ସତ୍ୟବ୍ରତ ମହାଳିକ । ରୋଗୀ ଦେଖା ଠାରୁ ଆରମ୍ଭ କରି ଇଂଜେକସନ୍ ଦେବା, ଡ୍ରେସିଂ କରିବା ଓ ଔଷଧ ଦେବା ସବୁକାମ ସେ ନିଜେ କରନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଣକ ତାଙ୍କୁ କେବଳ ଅନ୍ୟ କାମରେ ସାହାଯ୍ୟ କରନ୍ତି । ଆଉ ଯେଉଁଦିନ ଫାର୍ମାସିଷ୍ଟ ଛୁଟିରେ ରହୁଛନ୍ତି, ସେଦିନ ଡାକ୍ତରଖାନା ବନ୍ଦ ରହୁଛି । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ, ମଳ ଓ ମୂତ୍ର ଆଦି ପରୀକ୍ଷା ହେବାର ବ୍ୟବସ୍ଥା ରହିଥିଲେ ବି କର୍ମଚାରୀ ଅଭାବରୁ ତାହା ବନ୍ଦ ହୋଇଯାଇଛି । ଡାକ୍ତରଖାନା ପରିସରରେ କର୍ମଚାରୀ ରହିବା ପାଇଁ ସରକାରୀ କ୍ୱାଟର୍ସ ରହିଛି, କିନ୍ତୁ କର୍ମଚାରୀ ନଥିବାରୁ ତାହା ଭାଙ୍ଗିରୁଜି ଗଲାଣି । ଡାକ୍ତରଖାନାକୁ ଯିବାପାଇଁ ରାସ୍ତାଟି କଥା ନକହିବା ଭଲ । ପାଣି କାଦୁଅରେ ତାହା ଯାତାୟତ ଅନୁପଯୋଗୀ ହୋଇପଡୁଛି । ଫଳରେ କିଛି ରୋଗୀ ବାଧ୍ୟହୋଇ ବାସୁଦେବପୁର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟ ଉପରେ ନିର୍ଭର କରିଥାନ୍ତି । ଏ ନେଇ ପ୍ରଶାସନକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କେହି ଏହି ସମସ୍ୟା ଦିଗରେ ଯତ୍ନବାନ ହେଉନଥିବା ବିଷୟ କହିଛନ୍ତି ଫାର୍ମାସିଷ୍ଟ ସତ୍ୟବ୍ରତ ।