କଟକ- ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ପ୍ରଚାର ଅଭିଯାନ ଆୟୋଜନ କରାଯାଉଛି । ଏହି ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ୫ ଦିନିଆ ପ୍ରଦର୍ଶନୀ ଆୟୋଜନ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବୁ୍ୟରୋ ଅଫ ଆଉଟରିଚ କମୁ୍ୟନିକେସନ ପକ୍ଷରୁ ଏହି ପ୍ରଦର୍ଶନୀ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ପ୍ରଦର୍ଶନୀରେ ବାପୁଙ୍କ ଜୀବନୀ,ଦର୍ଶନ ଓ ସ୍ୱାଧୀନତା ଆନେ୍ଦାଳନରେ ତାଙ୍କର ଭୂମିକାକୁ ପ୍ରଦର୍ଶିତ କରାଯିବ ।ଏହି ପ୍ରଦର୍ଶନୀ ଲାଗିଉଭୟ ପାରମ୍ପରିକ ଏବଂ ଡିଜିଟାଲ ମାଧ୍ୟମର ଉପଯୋଗ କରାଯିବ । ଏହାଛଡ଼ା କର୍ମଶାଳା, ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ “ସ୍ୱଚ୍ଛତା ହି ସେବା”ର ସ୍ୱର୍ଣ୍ଣିମ ବିଚାରକୁ ଉଲ୍ଲେଖ କରାଯିବ ।
Related Stories
September 16, 2024