ଧର୍ମଶାଳା- ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ସରପଂଚଙ୍କ ଗେଷ୍ଟ ହାଉସରେ ପିଇଓଙ୍କ ମୃତୁ୍ୟ ଘଟଣାରେ ଆଜି ପୁଲିସ ହରିଦାସପୁର ସରପଂଚଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କୁ ଗିରଫ କରିବା ସହିତ ଅନ୍ୟ ସହଯୋଗୀଙ୍କୁ ୪ ଦିନ ଧରି ଅଟକ ରଖି ସେମାନଙ୍କୁ ଛାଡି ଦେବା ଓ ଏହି ଘଟଣାରେ ପରିବାରଙ୍କ ଉଚିତ ନ୍ୟାୟ ପାଇ ପାରି ନଥିବାରୁ ଚଳିତ ମାସ ୨୧ ତାରିଖରେ ଯାଜପୁର ଜିଲା ବନ୍ଦ ଡାକରା ଦେଇଛି ଜିଲା ବିଜେପି । ଧର୍ମଶାଳା ବିଜେପି କାର୍ଯ୍ୟାଳୟ ପରିସରରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ସୂଚନା ଦିଆଯାଇଛି । ଜିଲା ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଏହି ସମ୍ମିଳନୀରେ ପୋଲିସର ଏହି କାର୍ଯ୍ୟାନୁÂାନକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ରାଜନୈତିକ ଚାପରେ ପୁଲିସ ମୁଣ୍ଡ ନୁହାଉଛି । ଯାହାକି ଶାସକ ଦଳ ଏହି ଘଟଣାରେ ସମ୍ପୃକ୍ତ ବୋଲି ଅଭିଯୋଗ କରିଛନ୍ତି । ଏହି ଗେଷ୍ଟ ହାଉସରେ ଧର୍ମଶାଳା ବିଧାୟକ ଓ ରାମକୋ ସିମେଂଟ କାରଖାନାର ବଡ ପଣ୍ଡାମାନେ ରୁପେଶଙ୍କ ସହ ଯୋଗା ଯୋଗରେ ଥିଲେ । ଏବଂ କାର୍ଯ୍ୟରତ ପିଇଓ ସ୍ମିତାଙ୍କୁ ବିଧାୟକ ଓ ଯାଜପୁର ସାଂସଦ ଏହି ଘଟଣାରେ ମୁହଁ ଖୋଲୁ ନାହାନ୍ତି । ଯାହାକି ପରୋକ୍ଷରେ ମୋ ସରକାର କଳା କାରାନାମ ବୋଲି ବିଜେପି ଅଭିଯୋଗ କରିଛି । ସିବିଆଇ ତଦନ୍ତ କରାଯିବା ସହିତ ୨୧ ତାରିଖ ସେମାବାର ଦିନ ଯାଜପୁର ଜିଲାକୁ ସମ୍ପୂର୍ଣ୍ଣଭାବେ ବନ୍ଦ ରଖିବାକୁ ନିସ୍ପତି ନିଆଯାଇଛି । ଏହାକୁ ଏହି ସମ୍ମିଳନୀରେ ଜିଲା ସଭାପତି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ବରୀ ଯୁବନେତା ବିଶ୍ୱରଂଜନ ମଲ୍ଲିକ,ଅମର ନାୟକ,ବିଶ୍ୱଜିତ ନାୟକ,ବବିତା ମଲ୍ଲିକ,ଅମୀୟ ମଲ୍ଲିକ,ସର୍ବେଶ୍ୱର ବେହୁରା ଓ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
Related Stories
November 27, 2024
November 27, 2024