
ଭୁବନେଶ୍ୱର – ଭୁବନେଶ୍ୱରରେ କରୋନା ସଂକ୍ରମଣ ସବୁ ରେକର୍ଡ ପାର୍ କରିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ରବିବାର ଆଉ ୧୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୧୮ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୧୩୫ ଲୋକାଲ୍ କେସ ରହିଛନ୍ତି । କେବଳ ପଟିଆ ଅଂଚଳରୁ ୧୧୬ ଜଣ (ଲୋକାଲ ୧୦୨ , କ୍ୱାରେଂଟାଇନ୍ ୧୪)ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୯୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୧୦୨ ଜଣ ଓ ନୟାପଲ୍ଲୀରୁ ୭୮ଜଣ , ଓଲ୍ଡ ଟାଉନ୍ ରୁ ୫୯ ଜଣ , ଖଣ୍ଡଗିରି ,ଲକ୍ଷ୍ମୀସାଗରରୁ ଓ ଡୁମଡୁମାରୁ ୪୫ ଜଣ ଲେଖାଏଁ ରହିଛନ୍ତି । କେବଳ ସେତିକି ନୁହେଁ ଝାରପଡା ଓ ରସୁଲଗଡରୁ ୩୭ ଲେଖାଏଁ , ସହୀଦନଗରରରୁ ୩୬ , ଚନ୍ଦ୍ରଶେଖରପୁରରୁ ୩୦ , ବରମୁଣ୍ଡାରୁ ୨୮, ପଳାଶପଲ୍ଲୀରୁ ୨୫ , ୟୁନିଟ ୯ ରୁ ୨୫,ନିଳାଦ୍ରୀବିହାରରୁ ୨୫, ୟୁନିଟ୍ ୮ରୁ ୨୫, ପାତ୍ରପଡାରୁ ୨୩ , ପୋଖରୀପୁଟରୁ ୨୩, ୟୁନିଟ୍ ୬ରୁ ୨୨ , ବଡଗଡରୁ ୨୨ , ଜୟଦେବ ବିହାରରୁ ୨୦ ଜଣ ଆକ୍ରାନ୍ତ ରହିଛନ୍ତି ।
ସେହିପରି ଲକ୍ଷ୍ମୀସାଗରରୁ ୧୬ ଜଣ, ନୟାପଲ୍ଲୀରୁ ୧୪ଜଣ,ପଟିଆରୁ ୧୪ ଜଣ,ଡୁମଡୁମାରୁ ୯, ଶୈଳଶ୍ରୀବିହାର , ଓଲ୍ଡ ଟାଉନ୍ ଓ ବଡଗଡରୁ ୭ ଜଣ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି ।
ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୬୩୪ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୪୯୨୨୪ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୨୯୦୬ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୯୩ ରହିଛି ।