
ପୁରୀ, ପୁରୀ ଜିଲ୍ଲାରେ ଆଜି ନୂଆ ୩୮୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକରୁ ୨୦ ଜଣ, ବ୍ରହ୍ମଗିରିରୁ ୨୫ ଜଣ, ଡ଼େଲାଙ୍ଗ ବ୍ଲକରୁ ୯, ଗୋପ ବ୍ଲକରୁ ୧୬, କାକଟପୁର ବ୍ଲକରୁ ୧୩ ଜଣ ଏବଂ କଣାସ ବ୍ଲକରୁ ୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କୋଣାର୍କ ବିଜ୍ଞାପିତ ଅଂଚଳରୁ ୩ ଜଣ, କୃଷ୍ଣପ୍ରସାଦ ବ୍ଲକରୁ ୧୬ ଜଣ, ନିମାପଡ଼ା ବ୍ଲକରୁ ୨୯ ଜଣ, ନିମାପଡ଼ା ବିଜ୍ଞାପିତ ଅଂଚଳରୁ ୧୪ ଜଣ, ପିପିଲି ବ୍ଲକରୁ ୩୩ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ଜଣେ, ପୁରୀ ସଦର ବ୍ଲକରୁ ୨୩ ଜଣ, ପୁରୀ ପୌରାଚଂଳରୁ ସର୍ବାଧିକ ୧୪୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ସତ୍ୟବାଦୀ ବ୍ଲକରୁ ୧୮ ଜଣ ଓ ଅନ୍ୟ ଜିଲ୍ଲାରୁ ଆସି ପୁରୀ ଜିଲ୍ଲାରେ ରହିଥିବା ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ । ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୦ ତାରିଖରେ ପୁରୀ ଜିଲ୍ଲାରେ ଦ୍ୱିତୀୟ ଲହରରେ ସର୍ବାଧିକ ୭୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO