ଜୟପୁର – ବୈପାରୀଗୁଡା ସହରରେ ବୁଲା ଗୋରୁ ଏବଂ ଗୃହ ପାଳିତ ପଶୁଙ୍କ ଲାଗି ବଢୁଛି ଟ୍ରାଫିକ ସମସ୍ୟା l ବ୍ଲକ ସଦର ମହକୁମା ଦେଇ ଯାଇଥିବା 326 ନମ୍ବର ଜାତୀୟ ରାଜପଥର ମୁଖ୍ୟ ଚାରି ଛକ ସହ ବିଭିନ୍ନ ସ୍ଥାନରେ ପ୍ରତିଦିନ ଗୋରୁ ଗାଈଙ୍କ ପ୍ରାଦୂର୍ଭlବ ଦୃଶ୍ୟ ଦେଖିବାକୁ ମିଳିଛି l ଏହି ଚାରି ଛକ ଦେଇ ମାଲକାନଗିରି ଠାରୁ ରାଜଧାନୀ ଭୁବନେଶ୍ୱର ଓ ବିଜୟନଗରମକୁ ବସ୍ ଚଳlଚଳ କରୁଥିବା ବେଳେ ସେହିପରି ବିପରୀତ ଦିଗରୁ ହାଇଦ୍ରାବାଦକୁ ମଧ୍ୟ ବସ୍ ପ୍ରତିଦିନ ଚାଲୁଛି l ତାଛଡା ବ୍ଲକର ଆଖପାଖ ଗ୍ରାମାଞ୍ଚଳକୁ ଏହି ଛକ ସଂଯୋଗ କରୁଥୁବାରୁ ଛୋଟ ଯାନବାହାନ ଗହଳି ଦିନ ତମାମ ଲାଗି ରହିଥାଏ l ସେହିପରି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁପ୍ତେଶ୍ୱରକୁ ଭକ୍ତଙ୍କ ଯିବା ଆସିବା ଗହଳି ରହୁଛି l ଏପରି ସ୍ଥିତିରେ ରାସ୍ତା ମଝିରେ ବୁଲା ଗୋରୁଙ୍କ ଅାଡ୍ଡା ଲାଗି ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗୁଛି l ଏଥିରେ ସାଧାରଣ ବାସିନ୍ଦା ସହ ଛାତ୍ରଛାତ୍ରୀ ମାନେ ଅନେକ ସମୟରେ ସମସ୍ୟା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ବୈପାରୀଗୁଡା ଥାନା ସମ୍ମୁଖରେ ଏକ କାଞ୍ଜିଆହୁଦା ରହିଥିଲେ ମଧ୍ୟ ଏବେ ସେହି କାଞ୍ଜିଆଗୃହ ଅଚଳ ଅବସ୍ଥାରେ ପଡିରହିଛି l ଏଣୁ ଅଗାମି ଦିନରେ କୌଣସି ବଡ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ବିଭାଗୀୟ ଅଧିକାରିଙ୍କ ଦ୍ୱାରା ଗୃହପାଳିତ ପଶୁ ମାଲିକଙ୍କୁ ସଚେତନ ପାଇଁ ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚl ହେଉଛି l
Related Stories
December 2, 2024