ବାଲେଶ୍ୱର ଜିଲ୍ଲାର ଜଣେ ଜଣାଶୁଣା ଲେଖିକା, ସାହିତ୍ୟିକା ତଥା ଦୈନିକ ଖବରକାଗଜ “ଆଜିକାଲି” ର ସହ ସମ୍ପାଦିକା ଶ୍ରୀମତୀ ସୁଶାନ୍ତି ମହାନ୍ତିଙ୍କର ଗତ ତା୦୧/୦୫/୨୦୨୧ରିଖ ରେ କରୋନା ରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ବାଲେଶ୍ୱର ର ଯୁଗଶ୍ରୀ ଯୁଗନାରୀ, ଆମ ନ୍ୟୁଜ, ଚନ୍ଦ୍ରଭାଗା ଆଦି ସାହିତ୍ୟ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ଶ୍ରୀମତୀ ମହାନ୍ତି ବାଲେଶ୍ୱର ଜିଲ୍ଲା ରେ ଜଣେ ମିଷ୍ଟଭାଷୀ, ନ୍ୟାୟପ୍ରିୟ ଓ ପରୋପକାରୀ ମଣିଷ ଭାବେ ବେଶ ଜଣାଶୁଣା ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ରେ ପରିବାରବର୍ଗ, ଆତ୍ମୀୟସ୍ଵଜନ ଙ୍କ ଦ୍ଵାରା ଗଭୀର ଶୋକ ବ୍ୟକ୍ତ କରାଯାଇଛି।
Related Stories
May 5, 2024