ଭୁବନେଶ୍ୱର, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୧୮ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୨୩୨ ହୋଇ ଯାଇଛି । ଗତକାଲି କରୋନାରେ ରାଜ୍ୟରେ ୧୮ ଜଣଙ୍କ ଜୀବନ ଯାଇଥିଲା ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁୁଗୁଳ ଓ ଖୋର୍ଧା ଜିଲ୍ଲାରୁ ୩-୩ ଜଣ, କଳାହାଣ୍ଡି, ନୂଆପଡା ଓ ସୁନ୍ଦରଗଡରୁ ୨-୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ବୌଦ୍ଧ, ବାଲେଶ୍ୱର, ଢେଙ୍କାନାଳ, ଗଂଜାମ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଅନୁଗୁଳ ଜିଲ୍ଲାର ଜଣେ ୭୫ ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ଜିଲ୍ଲାର ଜଣେ ୮୯ ବର୍ଷୀୟ ପୁରୁଷ, ଜଣେ ୫୬ ବର୍ଷୀୟ ପୁରୁଷ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।