
ଭୁବନେଶ୍ୱର – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଂଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ରାଜ୍ୟ ବିଜେପି । ଗତକାଲି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିବା ସହ ମୃତ ସ୍ମିତାରାଣୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ଶନିବାର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରବୂତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର କହିଛନ୍ତି ଯେ ପାରିପାଶ୍ୱିର୍କ ସ୍ଥତିକୁ ଦେଖିଲେ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ସେଠାରେ ସରପଂଚଙ୍କ ସ୍ୱାମୀଙ୍କ ସହ ଏକାଧିକ ଲୋକେ ରହିଥିଲେ । ତେଣୁ କୈାଣସି ସରକାରୀ ଯୋଜନାରେ ହେରଫେର ପାଇଁ ତାଙ୍କୁ ଅତ୍ୟଧିକ ବାଧ୍ୟ କରାଯାଇଛି । ଏଥିରେ ସ୍ମିତାରାଣୀ ସହଯୋଗ ନ କରିବାରୁ ହୁଏ ତ ତାଙ୍କୁ ହତ୍ୟା କରାଯାଇ ଥାଇପାରେ । ଯଦି ଏହା ଆତ୍ମହତ୍ୟା ତେବେ କିଏ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଛି ତାର ତଦନ୍ତ କରାଯାଉ । ସରପଂଚଙ୍କ ସ୍ୱାମୀଙ୍କର ବିଜେଡି ଲିଙ୍କ୍ ରହିଛି । ଜଣେ ମନ୍ତ୍ରୀଙ୍କ ସହ ତାଙ୍କର ଫଟୋ ମଧ୍ୟ ରହିଛି । ସରକାର ସିବିଆଇକୁ ତଦନ୍ତ ଭାର ଦେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ବିଜେପିର ଅଭିଯୋଗ ଉପରେ ବିଜେଡି ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ତଦନ୍ତ ନସରିବା ଆଗରୁ ବୟାନବାଜି କରିବା ଉଚିତ୍ ନୁହେଁ । ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣା ବୋଲି ସେ କହିଛନ୍ତି ।