ଭୁବନେଶ୍ୱର – ଆସନ୍ତା ୨୧ତରିଖରେ ଅନୁତ ହେବାକୁ ଥିବା ବିଜେପୁର ଉପନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଉପନିର୍ବାଚନରେ ଭୋଟ ଗ୍ରହଣ ପାଇଁ ବିଜେପୁରରେ ହୋଇଛି ୨୮୫ଟି ପୁଲିଂ ବୁଥ୍ କରାଯାଇଛି । ଏହା ମଧ୍ୟରୁ ପ୍ରଶାସନ ୧୩୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରିଛି । ଏହି ସମସ୍ତ ସମ୍ବେଦନଶୀଳ ବୁଥରେ ବ୍ୟାପକ ସୁରକ୍ଷାର ବନେ୍ଦାବସ୍ତ କରାଯିବ । ୭ଟି ବୁଥରେ ୱେବ କାଷ୍ଟିଂ କରାଯିବ । ୧୪ଟି ବୁଥରେ ସିସିଟିଭି ଲଗାଯିବା ସହ ୧୬ଟି ବୁଥରେ ଭିଡିଓଗ୍ରାଫି କରିବାକୁ ନିଷ୍ପତି ନିଆଯାଇଛି ।
ସେହିପରି ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯିବ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ହ୍ୱିଲ୍ ଚେୟାର ଓ ର୍ୟାମ୍ପ କରାଯିବା ସହ ସହାୟତା ପାଇଁ ସହାୟକ ରହିବେ ବୋଲି କହିଛନ୍ତି ବରଗଡ଼ ଜିଲ୍ଲାପାଳ ।
ଚଳିତ ଥର ବିଜେପୁରରେ ମୋଟ୍ ୨ଲକ୍ଷ ୩୨ହଜାର୨୬୪ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ୨୧ ରେ ଭୋଟ୍ ଗ୍ରହଣ ପରେ ୨୪ରେ ଭୋଟ୍ ଗଣତି ଓ ୨୭ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି ।