ଗାନ୍ଧୀନଗର , ଗୁଜରାତରେ ଗତ ୨୪ ଘଂଟାରେ ୧୩,୦୫୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୪୮,୨୯୭ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୭,୭୭୯ହୋଇଛି ।
ବିହାରରେ କରୋନାର ୧୪,୭୯୪ ନୂଆ ମାମଲା
ପାଟନା , ବିହାରରେ ଗତ ୨୪ ଘଂଟାରେ ୧୪,୭୯୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୧୦,୪୩୦ହୋଇଛି ।
ମଣିପୁରରେ ୪୩୩ କରୋନାର ନୂଆ ମାମଲା
ଇମ୍ଫାଲ ,ମଣିପୁରରେ ଗତ ୨୪ ଘଂଟାରେ ୪୩୩ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୩୯୧ ହୋଇ ଯାଇଛି ।