ପୁରୀ, ପୁରୀ ଜିଲ୍ଲାରେ ଆଜି ନୂଆ ୪୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଏହାକୁ ମିଶାଇ ୬ ଦିନ ମଧ୍ୟରେ ଜିଲ୍ଲାରୁ ମୋଟ୍ ୨୭୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରକାଶ ଥାଉକି, ଗତକାଲି ଅର୍ଥାତ୍ ୪ ତାରିଖରେ ଜିଲ୍ଲାରୁ ୪୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ୩ ତାରିଖରେ ୫୩୦ ଜଣ, ୨ ତାରିଖରେ ଜିଲ୍ଲାରୁ ୩୦୬ ଜଣ, ୧ ତାରିଖରେ ୫୪୪ ଜଣ ଏବଂ ଗତ ୩୦ ତାରିଖରେ ୫୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ୬ ଦିନ ମଧ୍ୟରେ ପୁରୀ ଜିଲ୍ଲାରୁ ୨୭୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୬ ଦିନ ମଧ୍ୟରେ ଏତେ ମାତ୍ରାରେ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।