
ଜଗନ୍ନାଥପ୍ରସାଦ-ଆଜିଠୁ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ହୋଇଛି ।ଏହାର ଫାଇଦା ନେଇ ଗତକାଲି ବିଭିନ୍ନ ସ୍ଥାନରେ ପନିପରିବାରେ ଅହେତୁକ ଦରବୃଦ୍ଧି କରି ଖାଉଟିକୁ ଶୋଷଣ କରୁଛନ୍ତି କିଛି ଦଲାଲ୍ ବ୍ଯବସାୟୀ । ଲକ୍ ଡାଉନ୍ ହେଲେ କୁଆଡେ ସାଧାରଣ ଲୋକେ ପନିପରିବା ପାଇପାରିବେ ନାହିଁ ବୋଲି ଏକ ପ୍ରକାର ଅଜଣା ଭୟ ସୃଷ୍ଟି କରାଯାଇଛି |ଯାହାକୁ ନେଇ ଲୋକ ମାନଙ୍କୁ ଭୂୟାଁ ବୁଲାଇ ଏକ ପ୍ରକାର ଶୋଷଣ କରୁଛନ୍ତି କିଛି ଅସାଧୁ ବ୍ୟବସାୟୀ। ଜଗନ୍ନାଥ ପ୍ରସାଦ ବଜାରରେ ସୋମବାର ଆଳୁ ଦୋକାନ ପ୍ଯାକେଟ୍ ପିଛା 600 ରୁ 700 ଟଙ୍କାରେ ମିଳୁଥିଲା ଏବଂ ମଂଗଳବାର କିଛି ଅସାଧୁ ବ୍ୟବସାୟୀ ପ୍ଯାକେଟ୍ 1500 ଟଙ୍କାରେ ବିକ୍ରି କରିଥିବା ଦେଖିବାକୁ ମିଳିଛି। ଖୁଚୁରା ବ୍ୟବସାୟୀ ଆଳୁକୁ ଅଧିକ ଦାମ୍ ରେ ଆଣୁଥିବାରୁ ଖାଉଟି କିଲୋ ପିଛା ଦିଗୁଣା ଦରରେ ଅର୍ଥାତ 25 ଟଙ୍କା କିଣୁଥିବା ଦେଖିବାକୁ ମିଳିଛି। ଖୁଚୁରା ବେପାରୀଙ୍କ କହିବା କଥା, ଆମେ ଗୋଦାମରୁ ଦୁଇଗୁଣା ଦରରେ ଆଳୁ କିଣୁଛୁ। ଆଳୁ ନାହିଁ ଏବଂ ସେପଟୁ ଆସୁନି ବୋଲି କହି ଦୁଇଗୁଣା ଦରରେ ଆମକୁ ଗୋଦାମରୁ ଆଳୁକୁ କିଣିବାକୁ ପଡୁଛି।କରୋନା ବିପତ୍ତି ସମୟରେ କୃତ୍ରିମ ଅଭାବ ସୃଷ୍ଟି କରି ଲୋକକୁଂ ଠକୁଥିବା ଅସାଧୁ ବ୍ଯବସାୟୀଙ୍କୁ ଚିହ୍ନଟ କରିବା ଏବଂ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ଯିବାକୁ ସାଧାରଣରେ ଦାବୀ ଯୋର ଧରିଛି ।