କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ମୋଟର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରି ବୀମାଭୁକ୍ତ କରାଯିବା ସହିତ କରୋନାରେ କାର୍ଯ୍ୟ ହରାଇଥିବା ମୋଟର କର୍ମଚାରୀଙ୍କୁ ମାସିକ ଟ.୭,୫୦୦/-ଙ୍କା ସାହାଯ୍ୟପ୍ରଦାନ ପାଇଁ ପୁରୀ ଜିଲ୍ଲାପାଳ ଙ୍କୁ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ତରଫରୁ ଦାବୀ କରାଯାଇଛି |ନିକଟରେ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘର ଆଗୁଆ ସଭ୍ୟ ପ୍ରତାପ ମହାନ୍ତି, ନାରାୟଣ ଦଳାଇ,ଦିନେଶ ମହାରଣା ବସ ଚଳାଚଳ କାର୍ଯ୍ୟରେ ଥିବା ସମୟରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ।ଚଳିତ ମଇ ମାସ ପହିଲା ଶ୍ରମିକ ଦିବସ ଦିନ ସଂଘର ଉପସଭାପତି ବସ କର୍ମଚାରୀଙ୍କ ସମସ୍ୟାରେ ଜଡ଼ିତ ହୋଇ କରୋନାରେମୃତ୍ୟୁବରଣ କରିଛନ୍ତି । ପ୍ରଥମ କରୋନା କାଳରେ ବସ କର୍ମଚାରୀମାନେ ଅର୍ଦ୍ଧାହାର ଓ ଅନାହାରରେ କାଳକଟାଉଥିବା ସମୟରେ ଆମେ ବସ କର୍ମଚାରୀମାନଙ୍କୁ ସାହାଯ୍ୟ ପାଇଁ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେମଧ୍ୟ ସରକାର କୌଣସି ପଦକ୍ଷେପ ନେଲେନାହିଁ ।ଏହି ସମସ୍ତ ସମସ୍ୟାର ସମାଧାନ ଦାବିରେ ଶ୍ରୀନୀଳଗିରି ମୋଟର କର୍ମଚାରୀ ସଂଘ ତରଫରୁ ସମ୍ପାଦକ ଅଜୟ କୁମାର ମିଶ୍ର ଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |