
ମାଲକାନଗିରି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନ ଲାଇନ ମାଧ୍ୟମରେ ବିଶ୍ୱ ଶ୍ରମିକ ଦିବସ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି!ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟାର କୃଷ୍ଣ ଚନ୍ଦ୍ର ନାୟକ, ଏବଂ ମାଲକାନଗିରି ମହାବିଦ୍ୟାଳୟ ର ଅଧ୍ୟାପକ ତଥା ସ୍ୱେଚ୍ଛାସେବୀ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି ଶ୍ରମିକ ମାନଙ୍କ ପାରି ଶ୍ରମିକ ନିୟମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ!ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ଯେପରି ମାଗଣା ଆଇନ ସେବା, ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ୧ 0ଟି ନୂଆ ଯୋଜନା ଏବଂ ଗରୀବ ଶ୍ରେଣୀର ଲୋକ କିପରି ଆଇନ ସହାୟତା ପାଇବେ ଓ ଆଇନ ପ୍ରତି ସଚେତନ ହେବେ ସେ ବିଷୟରେ କହିଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO