ଆଜି ଚିହ୍ନଟ ହୋଇଥିବା ୮୬୮୧ ଜଣଙ୍କ ମଧ୍ୟରୁ ୪୯୪୮ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୭୩୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୪୦୮ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୫ ଜଣ, ବରଗଡ଼ରୁ ୪୨୩ ଜଣ, ଭଦ୍ରକରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୪୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୫୭, କଟକରୁ ୫୭୦ ଜଣ, ଦେବଗଡ ଜିଲ୍ଲାରୁ ୧୦୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ ଜଣ, ଗଜପତି ଜିଲ୍ଲାରୁ ୧୨୫, ଗଞ୍ଜାମରୁ ୧୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୧ ଜଣ, ଯାଜପୁରରୁ ୩୨୧ ଜଣ, ଝାରସୁଗୁଡ଼ାରୁ ୪୧୧ ଜଣ, କଳାହାଣ୍ଡିରୁ ୧୯୫ ଜଣ, କନ୍ଧମାଳ ଜିଲ୍ଲାରୁ ୫୪ ଜଣ. କେନ୍ଦ୍ରାପଡ଼ାରୁ ୮୫ ଜଣ, କେନ୍ଦୁଝରରୁ ୧୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୪୦୮ ଜଣ, କୋରାପୁଟରୁ ୧୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୨୦ ଜଣ, ନବରଙ୍ଗପୁରରୁ ୩୬୮ ଜଣ, ନୟାଗଡ଼ରୁ ୧୬୦ ଜଣ, ନୂଆପଡ଼ାରୁ ୩୦୪ ଜଣ, ପୁରୀରୁ ୫୧୪ ଜଣ, ରାୟଗଡ଼ାରୁ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୪୧୦ ଜଣ, ସୋନପୁରରୁ ୯୮ ଜଣ, ସୁନ୍ଦରଗଡ଼ରୁ ୭୪୫ ଜଣ ଓ ଷ୍ଟେଟ୍ ପୁଲରୁ ୨୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।