ଭୁବନେଶ୍ୱର, କରୋନା ସଂକ୍ରମଣକୁ ନେଇ ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ -ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହୁଛି ସଂକ୍ରମଣ । ଅର୍ଥାତ୍ ସମାନ୍ତରାଳ ଭଳି ସ୍ଥିତି ରହିଛି । କେତେବେଳ ଅପ୍ କେତେବେଳେ ଡ଼ାଉନ୍ ସ୍ଥିତିରେ ମଧ୍ୟ ରହୁଛି । ଗତକାଲି ୮ହଜାର ହୋଇଥିଲା । ଆଜି ଏହା ୭ହଜାର ପାଖାପାଖି ରହିଛି । ସେଥିପାଇଁ ଏଥିରେ କୌଣସି ପ୍ରକାର ଭୟଭୀତ ହେବାର ନାହିଁ ।ସେ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହୁଛି । କରୋନା ହୋଇ ଅନ୍ୟ ରୋଗ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି । ଯେ କୌଣସି ସ୍ଥିତି ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ବୋଲି ସେ କହିଛନ୍ତି ।