
ମାଲକାନଗିରି, ମାଲକାନଗିରି ଜିଲ୍ଳାରେ ଆଜି ପୁଣି ୩0ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି! ଚି଼ହ୍ନଟ ଙ୍କ ମଧ୍ୟରେ ମାଲକାନଗିରି ପୌରାଞ୍ଚଳରୁ ୩ ଜଣ,ମାଲକାନଗିରି ବ୍ଲକରୁ ୭ ଜଣ, କୋରୁକୋଣ୍ଡା ବ୍ଲକରୁ ୨ ଜଣ, ମାଥିଲି ବ୍ଲକରୁ ୩ ଜଣ, ଖଇରପୁଟ ବ୍ଲକରୁ ୮ ଜଣ, କାଲିମେଳା ବ୍ଲକରୁ 4ଜଣ ଓ ପଡିଆ ବ୍ଲକରୁ ୩ ଜଣ ରହିଛନ୍ତି!ଆଜି ଚି଼ହ୍ନଟ ୩0ଜଣ ଙ୍କ ଭିତରେ ମାଲକାନଗିରି ପୌରାଞ୍ଚଳ ର ୱାର୍ଡ ନମ୍ବର ୭, ୯, ୫ ରୁ ଜଣେ ଲେଖାଏଁ ସେହିପରି ମାଲକାନଗିରି ବ୍ଲକର ଶିଖପାଲି ପଞ୍ଚାୟତରୁ 4ଜଣ, ତମସା, ପଦ୍ମଗିରି ଓ ମାର୍କାପାଲି ପଞ୍ଚାୟତରୁ ଜଣେ ଲେଖାଏଁ !କୋରୁକୋଣ୍ଡା ବ୍ଲକର ପୋଟ୍ରେଲ ଓ ତାରଲା କୋଟା ପଞ୍ଚାୟତରୁ ଜଣେ ଲେଖାଏଁ !ମାଥିଲି ବ୍ଲକ ସଦର ମହକୁମା ରୁ ୨ ଜଣ ଓ କିଆଙ୍ଗ ପଞ୍ଚାୟତରୁ ଜଣେ !ଖଇରପୁଟ ବ୍ଲକ ର ଗୋବିନ୍ଦପାଲି ପଞ୍ଚାୟତରୁ 4ଜଣ ଓ କୁଡୁମୁଲୁଗୁମା ପଞ୍ଚାୟତରୁ 4ଜଣ !କାଲିମେଳା ବ୍ଲକ ସଦର ପଞ୍ଚାୟତରୁ ଜଣେ, ମାଲା ଭରମ, ନାଲା ଗୁଣ୍ଠି, ଓ ଲୁଗେଲ ପଞ୍ଚାୟତରୁ ଜଣେ ଲେଖାଏଁ !ପଡିଆ ବ୍ଲକ ସଦର ପଞ୍ଚାୟତ, ଗିରକାନପାଲି ଏବଂ ବାପନପାଲି ପଞ୍ଚାୟତରୁ ଜଣେ ଲେଖାଏଁ ଅଛନ୍ତି!ଜିଲ୍ଲାରେ କରୋନା ସଂକ୍ରମଣ ଆରମ୍ଭ ହେବାର ପ୍ରଥମ ଓ ଦ୍ୱିତୀୟ ଲହର ରେ ଆଜି ସୁଦ୍ଧା ୫୫୧0 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି!ସେଥିମଧ୍ୟରୁ ୫୨୯0ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି!ଜିଲ୍ଳାରେ ଏବେ ସକ୍ରିୟ ମାମଲା ୧୯୫ ରହିଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO