
ଗଞ୍ଜାମ, କୋଭିଡ୍ ସଂକ୍ରମଣକୁ ନେଇ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଭୟଙ୍କର ହେବାକୁ ଲାଗିଛି । ଯାହାକୁ ନେଇ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସଙ୍ଗିନ୍ ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ପୋଲସରା ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ସମସ୍ତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ଏକତ୍ରିତ କରି କୋଭିଡ୍ ସଂକ୍ରମଣକୁ କିପରି ପ୍ରତିହତ କରାଯାଇ ପାରିବ ସେନେଇ ଜନ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ତୃଣମୂଳ ସ୍ତରରେ ସମସ୍ତେ ନିଜେ ନିଜର କର୍ତ୍ତବ୍ୟକୁ ଶୃଙ୍ଖଳିତ ସହିତ ପାଳନ କରି ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ଏପରିକି କୋଭିଡ୍ ବିରୋଧରେ ଲଢ଼େଇ କରୁଥିବା ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଜଣେ ଜଣେ କୋଭିଡ୍ ଯୋଦ୍ଧା ଭାବେ ପରିସ୍ଥିତିର ମୁକାବିଲା କରିବା ସହ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ବାନ ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ । ଏପରିକି ପଞ୍ଚାୟତ ସ୍ତରରେ ଗାଁକୁ ଫେରୁଥିବା ସମସ୍ତ ପ୍ରବାସୀ ମାନଙ୍କର ସଠିକ୍ ପଞ୍ଜିକରଣ, ସ୍ବାସ୍ଥ୍ୟ ଯାଞ୍ଚ ସହିତ ହୋମ୍ କ୍ୟାରେଣ୍ଟାଇନ୍ ରହିବେ । ବର୍ତ୍ତମାନ ସ୍ଥିତିକୁ ଲକ୍ଷ୍ୟ କରି ସମସ୍ତ ହୋଟେଲ, ଚାହା ଦୋକାନ, ଫାଷ୍ଟ୍ ଫୁଡ଼୍ ଦୋକାନ ସହ ଅନ୍ୟାନ୍ୟ ଖାଦ୍ୟପେୟ ସାମଗ୍ରୀ ଦୋକାନ ଗୁଡିକ ନିଜ ଦୋକାନ ଗୃହରେ ଖୋଲାରେ କୌଣସି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେଇ ପାରିବେ ନାହିଁ । କେବଳ ପାର୍ସଲ ମାଧ୍ୟମରେ ଖାଦ୍ୟପେୟ ନେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଜାରି କରାଯାଇଛି । କରୋନା ମହାମାରୀ ଦ୍ୱିତୀୟ ଲହରୀର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜନସାଧାରଣ ସଚେତନତା ରହିବା ନିହିତ ଆବଶ୍ୟକ । ନିହାତି ଆବଶ୍ୟକ ନ ପଡ଼ିଲେ ଘରୁ ବାହାରକୁ ଆସନ୍ତୁ ନାହିଁ । ସଦାସର୍ବଦା ମୁହଁରେ ମାକ୍ସ ପରିଧାନ କରିବା ସହ ସରକାରଙ୍କ ପଞ୍ଚସୂତ୍ରୀ ନିୟମକୁ ଦୋକାନୀ ମାନେ ପାଳନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ଏନ୍. ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ସହକାରୀ ଯନ୍ତ୍ରୀ ଗୋପାଳକୃଷ୍ଣ ଗୌଡ଼, ୩୮ ନଂ ଜିଲ୍ଲା ପରିଷଦ ସସ୍ମିତା ତରାଇ, ଜିଲ୍ଲା ପରିଷଦ ପ୍ରତିନିଧି ଅଶୋକ କୁମାର ବିଷୋୟୀ, ୪୦ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରତିନିଧି ସଜିତ ବିଷୋୟୀ, ସରପଞ୍ଚ ବିଜୟ କୁମାର ସ୍ବାଇଁ, ବସନ୍ତ କରଣ, ବସନ୍ତ ଜେନା, କୃଷ୍ଣଚନ୍ଦ୍ର ଜେନା, ପବିତ୍ର ରାଉତଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯନ୍ତ୍ରୀ, ପ୍ରତି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO