କେନ୍ଦ୍ରାପଡ଼ା, ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ତରଫରୁ ରାଜ୍ୟରେ ଦରଦାମ୍ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ରରେ ସମଗ୍ର ଦେଶରେ ତଥା ରାଜ୍ୟରେ କ୍ରମାଗତ ଭାବରେ ହେଉଥିବା ଲକଡାଉନ ପ୍ରଭାବରେ ଦେଶର ଅର୍ଥନୀତି ମନ୍ଦା ହେଉଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇବା ସହ ଲୋକଙ୍କର ଆୟ ହ୍ରାସ ପାଇଛି । ଏହି ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ର ସାମଗ୍ରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ ମଧ୍ୟବିତ ପରିବର ଲୋକଙ୍କ ଉପରେ ଅର୍ଥନୈ÷ତିକ ଚାପ ସୃଷ୍ଟି କରିଛି । ଗତବର୍ଷ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଦରବୃଦ୍ଧି ନିୟନ୍ତ୍ରଣ କରିଥିବା ବେଳେ କରୋନାର ଦ୍ୱିତୀୟ ଲହର ସମୟରେ ଦରବୃଦ୍ଧି ନିୟନ୍ତ୍ରଣ ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ସଭାପତି ପ୍ରଦିପ ମିଶ୍ର, ଉପ ସଭାପତି ସମ୍ପଦ ସ୍ୱାଇଁ, ରାଜ୍ୟ ସଂପାଦକ ହରେକୃଷ୍ଣ ପାତ୍ର, ଜିଲ୍ଲା ସଭାପତି ନିୁରଞ୍ଜନ ପରିଡା ପ୍ରମୁଖ ଦାବି କରିଛନ୍ତି ।