
ଭୁବନେଶ୍ୱର : ରାଜଧାନୀ ନାଗେଶ୍ୱରଟାଙ୍ଗୀସ୍ଥିତ ପେସ୍ ଏକାଡେମୀ ପରିସରରେ ଓଡ଼ିଶା ମୁରବୀ ମହାମଞ୍ଚ, ରୋଟାରୀ କ୍ଲବ ଅଫ୍ କ୍ୟାପିଟାଲ ଓ ଇଂଟ୍ରାକ୍ଟ କ୍ଲବ ଅଫ୍ ପେସ୍ ଏକାଡେମୀ ଓ ଉତ୍କଳ ବିକାଶ ଏଜୁକେଶନାଲ ଟ୍ରଷ୍ଟ ମିଳିତ ଅନୁକୂଲ୍ୟରେ ରାଜ୍ୟସ୍ତରୀୟ ଗୁରୁ ପୂଜନ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୁରୁମାନଙ୍କୁ ପାଦୂକା ପୂଜା କରାଯିବା ସହ ଗୁରୁ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା । ପେସ୍ ଏକାଡେମୀର ମୁଖ୍ୟ ପ୍ରସନ୍ନ ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରି ଜିଲ୍ଲା ଗଭର୍ନର ଦେବାଶିଷ ମିଶ୍ର, ରୋଟାରି କ୍ଲବ ସଭାପତି ନିଖିଳେଶ୍ୱର ସାହୁ, ପିପି ଡ଼ ସୁଦର୍ଶନ ପଣ୍ଡା, ସମ୍ପାଦକ ବିମ୍ବାଧର ବେହେରା, ଜିଲ୍ଲା ଟ୍ରେନର ଜୟଶ୍ରୀ ମହାନ୍ତି, ମୁରବି ମହାମଞ୍ଚର ଆବାହକ ଲିଙ୍ଗରାଜ ସାହୁ, ଆଲୋକ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଗଦାଧର ଦାସ, ସିମିତା ମିଶ୍ର, ସ୍ୱପ୍ନାଦୀପା ଦାଶ, ବରିଷ୍ଟ ଶିକ୍ଷାବିତ ଜାମିୟର ନିର୍ଦେଶକ ଅଜିତ କୁମାର ଦାଶ, ସମାଜସେବୀ ରିତୁରାଣୀ ସାସମଲ, ବସନ୍ତ ଲେଙ୍କା, ଜୁନିୟର ମିସ୍ ଇଣ୍ଡିଆ ସ୍ନେହାଶ୍ରୀ ସାହୁ, ସରିତା ବାରିକ, କ୍ଷେତ୍ରବାସୀ ରାଉତରାୟ, ଦିପକ ନରେନ୍ଦ୍ର, କମଳ ଦାସ, ଗିରିଜା ଶଙ୍କର ମିଶ୍ର, ରତିକାନ୍ତ ଦାସ, ସିମାଂଚଳ ସ୍ୱାଇଁ, ପ୍ରଶାନ୍ତ ମିଶ୍ର, ଧିରେନ୍ଦ୍ର ବେହେରାଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ କରାଯାଇଥଇଲା । ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO