ମାଲକାନଗିରି, ମାଓବାଦୀ ଙ୍କ ପକ୍ଷରୁ ଆଜି ଅପରେସନ ପ୍ରହାର କୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି!ବନ୍ଦ ଡାକରା ବେଳେ ମାଓବାଦୀ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି!ଏହି ବନ୍ଦ ଡାକରାର ଆଂଶିକ ପ୍ରଭାବ ଜିଲ୍ଳାରେ ପଡ଼ିଥିବା ଦେଖିବାକୁ ମିଳିଛି! ବେସରକାରୀ ବସ ଚଳାଚଳ କରୁଥିବାବେଳେ ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ଚଳାଚଳ କରୁଥିବା ସମସ୍ତ ସରକାରୀ ବସ ସେବା ବନ୍ଦ ରହିଛି!ଫଳରେ ଦୂର ଜାଗାକୁ ଯିବାକୁ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଅପେକ୍ଷା କରିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ! ପ୍ରକାଶ ଥାଉକି ମାଓବାଦୀ ମାନେ ବନ୍ଦ ଡାକରାର ଗୋଟିଏ ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଦେଇ ଯାଇଥିବା ୩ 0ନମ୍ବର ଜାତୀୟ ରାଜପଥ ର ଏରାବୋରା ଓ କୋଣ୍ଟା ରାସ୍ତାରେ ୮ ଟି ଟ୍ରକ କୁ ପୋଡି ଦେଇଥିଲେ!