
ରାଉରକେଲା, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଚକ୍ରଧରପୁର ଲୋଟାପାହାଡ଼ ନିକଟରେ ବିସ୍ଫୋରଣରେ ରେଳ ଧାରଣାକୁ ଉଡାଇ ଦେଇଛନ୍ତି ମାଓବାଦୀ । ବିସ୍ଫୋରଣରେ ପ୍ରାୟ ୨ରୁ ଅଢ଼େଇ ମିଟର ରେଳଧାରଣା ଛିନଛତ୍ର ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ମାନେ ଏହି ବିସ୍ଫୋରଣ ଘଟାଇଛନ୍ତି । ବିସ୍ଫୋରଣ ଯୋଗୁଁ ମୁମ୍ବାଇ- ହାୱଡ଼ା ରୁଟ୍ ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୀର୍ଘ ସମୟ ଧରି ଉଭୟ ପାଶ୍ୱର୍ରେ ଅନେକ ଟ୍ରେନ ଅଟକି ରହିଥିବା ବେଳେ ଯାତ୍ରୀ ମାନେ ହନ୍ତସନ୍ତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଆରପିଏଫ, ଝାଡ଼ଖଣ୍ଡ ପୋଲିସ, ସିଆରପିଏଫ ଯବାନ ମାନେ ଘଟଣାସ୍ଥଳରେ ପହଂଚି ଆଖପାଖ ଜଙ୍ଗଲଏରିଆରେ କୁମ୍ବିଂ ଅପରେସନ ଜାରୀ ରଖିଛନ୍ତି । ଏବେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବାରୁ କିଛି ଟ୍ରେନ୍ ରାଉରକେଲା ରେଳଷ୍ଟେସନରେ ଅଟକି ରହିଛି । ଯୁଦ୍ଧକାଳୀନ ଭିତିରେ ରେଳ ଧାରଣା ମରାମତି କାର୍ଯ୍ୟ ଜାରୀ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ମାଓ ଗତିବିଧି ପାଇଁ ଚର୍ଚ୍ଚାକୁ ଆସିଥିବା ଲୋଟା ପାହାଡ଼ ଅଂଚଳ ପୂର୍ବରୁ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥିଲା । ଏଠାରେ ଅତୀତରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଠାରୁ ଆରମ୍ଭ କରି ନିଶା କାରବାର ଓ ଅପରାଧିକ କାର୍ଯ୍ୟ ସଂଗଠିତ ହୋଇଥିଲା । ଅପରାଧି ମାନେ ଅନାୟାସରେ ସେମାନଙ୍କ କଳା କାରବାର ଚଳାଉଥିଲେ । ଏ ସଂକ୍ରାନ୍ତରେ ଏକାଧିକ ମାମଲା ଥାନାରେ ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO