
ମାଲକାନଗିରି, ମାଲକାନଗିରି ଜିଲ୍ଳାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଵୃଦ୍ଧି ପାଇବାରେ ଲାଗିଛି!ଆଜି ଜିଲ୍ଳାରେ ୨ ୨ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଆକ୍ରାନ୍ତ ଙ୍କ ମଧ୍ୟରୁ ମାଲକାନଗିରି ପୌରାଞ୍ଚଳରୁ ୫ ଜଣ, ମାଲକାନଗିରି ବ୍ଲକରୁ ୩ ଜଣ, ବାଲିମେଳା ବିଜ୍ଞାପିତ ଅଞ୍ଚଳରୁ ୨ ଜଣ, କୋରୁକୋଣ୍ଡା ବ୍ଲକରୁ ୨ ଜଣ, କାଲିମେଳା ବ୍ଲକରୁ ୨ ଜଣ,ମାଥିଲି ବ୍ଲକରୁ ୫ ଜଣ, ଖଇରପୁଟ ବ୍ଲକରୁ ୨ ଜଣ ଓ ପଡିଆ ବ୍ଲକରୁ ଜଣେ ରହିଛନ୍ତି!କରୋନା ର ଦ୍ୱିତୀୟ ଲହର ରେ ଜିଲ୍ଳାରେ ଅଦ୍ୟାବଧି ୧ ୩ ୯ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାବେଳେ 4ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି!ବର୍ତ୍ତମାନ ସକ୍ରିୟ ମାମଲା ୧୩୫ ରହିଛି!ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ସୀମାନ୍ତ ମୋଟୁ ଓ ପଡିଆ ଠାରେ ଲୋକେ ଯେପରି ଗଳାବାଟ ଦେଇ ଯେପରି ଜିଲ୍ଲା ଭିତରକୁ ପ୍ରବେଶ କରି ନପାରିବେ ସେଥିପାଇଁ ଜିଲ୍ଲପ୍ରଶାସନ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କୁ କଡାକଡି କରାଯାଇଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO