ଭୁବନେଶ୍ୱର, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କରୋନାରେ ୮ ଜଣଙ୍କର ମୃତ୍ୟୁ ଘଟିିଛି । ଏହା ସହିତ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୧୯୮୧ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବଲାଂଗୀର ଜିଲ୍ଲାର ଜଣେ ୫୪ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲାର ଜଣେ ୨୯ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ବରଗଡ ଜିଲ୍ଲାର ଜଣେ ୪୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲାର ଜଣେ ୩୮ ବର୍ଷୀୟ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । କଟକ ଜିଲ୍ଲାର ଜଣେ ୬୫ ବର୍ଷୀୟ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ନୂଆପଡା ଜିଲ୍ଲାର ଜଣେ ୬୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲ୍ଲାର ଜଣେ ୫୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ଜିଲ୍ଲାର ଅନ୍ୟ ଜଣେ ୫୦ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।