
କେନ୍ଦ୍ରାପଡା- ମୁକ୍ତା ସହରାଂଚଳ ମୁଖ୍ୟମନ୍ତ୍ରୀ କର୍ମ ତପ୍ତର ଅଭିଯାନ ପ୍ରଶିକ୍ଷଣ ଶିବିର ଭରର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣ ମାଧ୍ୟମରେ ଜିଲ୍ଲାର ଦୁଇଟି ପୈାରାଂଚଳ ରେ ଯୋଗ ଦେଇଥିବା କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କର୍ମ ତପ୍ତର ଅଭିଯାନ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ପୈାରାଂଚଳର ଉନ୍ନତି କାର୍ଯ୍ୟ କିଭଳି ସଠିକ ଭାବରେ ହୋଇ ପାରିବ ସେନେଇ ଏହି କର୍ମଚାରୀ ମାନଙ୍କୁ ଭରର୍ଚୁଆଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛି । ବର୍ଷାଜଳ ସଂରକ୍ଷଣ, ବସ୍ତି ଅଂଚଳରେ ପରିଚୟ ଗୃହ ନିର୍ମାଣ, ନୂତନ ପାର୍କ ନିର୍ମାଣ, ବୃକ୍ଷ ରୋପଣ, ସୈାନ୍ଦର୍ଯ୍ୟକରଣ ଇତ୍ୟାଦି କାର୍ଯୟକୁ ତ୍ୱରାନିତ୍ୱ କରିବା ପାଇଁ ଏହି କର୍ମଚାରୀ ମାନଙ୍କୁ ଉପଦେଶ ଦିଆଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ପୈାରାସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଜେଇଇ ପ୍ରଶାନ୍ତ ଦାସ, ଅବନୀ ମହାନ୍ତିଙ୍କ ସମେତ ସୁଚିସ୍ମିତା ଜେନା, ତପସ୍ୱନୀ ଦାସ, ଗଣେଷ ପାତ୍ର, ଦିପ୍ତିମୟୀ ସେନାପତି, ଝରାଶ୍ରୀ ଭାନୁପ୍ରିୟା, ସଂଗ୍ରାମ କେଶରୀ ସ୍ୱାଇଁ, ନୀତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO