କେନ୍ଦ୍ରାପଡା-୨ସୁଦୂର ମଧ୍ୟପ୍ରାଚ୍ୟର ଆବୁଧାବି ସହରର ଜେ.ଇ. ଆରମା ଇଲୋକ୍ଟ୍ରୋ ପାଙ୍କ୍ କମ୍ପାନୀ ରେ ପ୍ଲମ୍ବର ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପଟ୍ଟାମୁଣ୍ଡାଇ ଅଂଚଳର ଜଣେ ଯୁବ ଶ୍ରମିକ କମ୍ପାନୀ ଦ୍ୱାରା ଶୋଷଣର ଶୋଷଣ ହୋଇ ବର୍ଷକର ପ୍ରାପ୍ୟ ନପାଇ ନିରାଶ ହୋଇ ଘରକୁ ଫେରିଛନ୍ତି । ଏନେଇ ଶ୍ରମିକ ଜଣକ ମଙ୍ଗଳବାର ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କୁ ଭେଟି ପ୍ରାପ୍ୟ ପାଇବା ପାଇଁ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଘଟଣା ମୁତାବକ ରାଜନଗରର ମଦନପୁର ଅଂଚଳର ଦୁଇ ଶ୍ରମିକ ଦଲାଲଙ୍କ କଥାରେ ପଡି ପଟ୍ଟାମୁଣ୍ଡାଇ ଖଣ୍ଟା ପଂଚାୟତ ରେସୋ ଗ୍ରାମର ବିକ୍ରମ ବେହେରା ଆବୁଧାବି କମ୍ପାନୀରେ ଚାକିରୀ କରୁଥିଲେ । ତେବେ କମ୍ପାନୀ ପକ୍ଷରୁ ଚୁକ୍ତି କରାଯାଇ ଥିବା ଦରମା ଦିଆ ନଯାଇ ସମୟ ଗଡି ଚାଲିବାରୁ ଶେଷରେ ବାଧ୍ୟହୋଇ ଶ୍ରମିକ ଜଣକ ଘରକଜୁ ଫେରିଆସି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।
Related Stories
April 18, 2024