-
ଏବେ ହଷ୍ଟେଲ ବନ୍ଦ ହେବନି : ଉଚ୍ଚଶିକ୍ଷା ମନ୍ତ୍ରୀ
ସରକାରଙ୍କ ବିରୋଧରେ ନାରାବାଜି ଦେଇ ପିଲାମାନେ କହିଥିଲେ ଯେ ପିପିଲି, ଡେଲାଙ୍ଗରେ ଉପନିର୍ବାଚନ ବେଳେ ରାଲି ହୋଇପାରୁଛି । ସେଠାରେ କରୋନା କଟକଣା ଲାଗୁ କରାଯାଉନି । ମଦ ଦୋକାନ, ମାଛ ହାଟ, ପରିବା ଦୋକାନ ଖୋଲୁଛି, ବସ୍ ରେ ଭର୍ତି ହୋଇ ଲୋକ ଯାଉଛନ୍ତି, ନିର୍ବାଚନ ସମୟରେ ୨୦ ହଜାର ମିଶି ସମାବେଶ କରିପାରୁଛନ୍ତି ।ହେଲେ ଶିକ୍ଷାନୁଷ୍ଠାନକୁ କରୋନା ନାଁରେ ବନ୍ଦ କରାଯାଉଛି । ଶିକ୍ଷାନୁଷ୍ଠାନ କ’ଣ ପାଇଁ ବନ୍ଦ ହେଉଛି । ଶିକ୍ଷା ଆଗ ନା ନିର୍ବାଚନ ଆଗ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି ।
କରୋନା ନାଁ ନେଇ ସରକାର ବିଶ୍ୱବିଦ୍ୟାଳୟର ନୈତିକ ବାତାବରଣ ଖରାପ କରି ଦେଉଛନ୍ତି । ଆସନ୍ତାକାଲି ପରୀକ୍ଷା ନିମନ୍ତେ କଲେଜ କର୍ତୃପକ୍ଷ ଗୋଟିଏ ହାତରେ ନୋଟିସ ଦେଉଛନ୍ତି, ଅନ୍ୟ ହାତରେ ହଷ୍ଟେଲ ଖାଲି କରିବାକୁ ନୋଟିସ ଦେଉଛନ୍ତି । ଏହା କି ପ୍ରକାର ନ୍ୟାୟ ।
ବାଣୀବିହାରରେ ଜଣେ ବି ପଜିଟିଭ ବାହାରି ନାହାନ୍ତି । ହେଲେ ହଷ୍ଟେଲ ଖାଲି କରିବାକୁ କହି ସାରିଲେଣି । ହେଲେ ଯେଉଁଠି ଲୋକ ଗହଳି ହେଉଛି ସେଠାରେ ଆଖି ବୁଜି ଦେଉଛନ୍ତି । କରୋନା ବ୍ୟାପିବ କହି ହଷ୍ଟେଲ ଖାଲି କରିବା ଅପେକ୍ଷା ଶିକ୍ଷାନୁଷ୍ଠାନରେ କିପରି କରୋନା ନ ବ୍ୟାପିବ ତାହାର ବ୍ୟବସ୍ଥା ସରକାର କରନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଥିଲେ ।
ଅପରପକ୍ଷରେ ପିଜି କାଉନସିଲ ଅଧ୍ୟକ୍ଷ ବସନ୍ତ କୁମାର ମଲ୍ଳିକ କହିଥିଲେ ଯେ ପ୍ରଥମେ ଜୀବନ, ତାପରେ ଶିକ୍ଷା । ହଷ୍ଟେଲ ବନ୍ଦ ନେଇ ସରକାରଙ୍କ ନିଷ୍ପତି ପାଳନ କରାଯିବ । ନିଷ୍ପତିରେ କୌଣସି ପରିବର୍ତନ କରାଯାଇପାରିବ ନାହିଁ ।