ଭୁବନେଶ୍ୱର, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଶୁକ୍ରବାର ଛାତ୍ର କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ପତାକା ଉତୋଳନ କରି ସଭାପତି ୟାସିର ନୱାଜ କହିଲେ ଯେ ଛାତ୍ର କଂଗ୍ରେସ ନିଷ୍ଠାର ସହ ଧାରାବାହିକ ଭାବରେ ସାଧାରଣ ଜନତାଙ୍କ ସେବା କରିଆସୁଛି । ଗାନ୍ଧି ଦର୍ଶନ, ପଣ୍ଡିତ ନେହେରୁଙ୍କର ଭାରତ ବିକାଶ ସ୍ୱପ୍ନ, ଇନ୍ଦିରାଜୀଙ୍କର ଅଖଣ୍ଡ ଭାରତର ସଂକଳ୍ପ, ରାଜୀବଜୀଙ୍କର ବିଜ୍ଞାନ ଓ କାରିଗରୀ ସମୃଦ୍ଧ ଦେଶ, ସୋନିଆଜୀଙ୍କର ଦୁର୍ନୀତି ହଟାଅ ଅଭିଯାନ (ଆର.ଟି.ଆଇ) ଓ ଅନାହାର ମୁକ୍ତ ସମାଜ ଏବଂ ରାହୁଲଜୀଙ୍କର ସ୍ୱାବଲମ୍ବୀ ଭାରତର ସଂକଳ୍ପକୁ ଛାତ୍ର କଂଗ୍ରେସ ସଂଗ୍ରାମର ମନ୍ତ୍ର ଭାବେ ଗ୍ରହଣ କରିଛି । ସାଂପ୍ରଦାୟିକ ଶକ୍ତି ବିରୁଦ୍ଧରେ ସଂଗ୍ରାମ କରୁଛି । ଗରିବ, ନିଷ୍ପେଷିତ, ସଂଖ୍ୟାଲଘୁ, ମହିଳା, ଯୁବକ ଓ ଛାତ୍ରର ଦାବି ପାଇଁ ଲଢ଼େଇ କରୁଛି । ଅତ୍ୟାଚାରୀ ଶାସକର ପତନ ପାଇଁ ସଂଗ୍ରାମ ଜାରି ରଖିଛି । ଏକ ସଶକ୍ତ, ସୁନ୍ଦର ଏବଂ ଆତ୍ମନିର୍ଭରଶୀଳ ଦେଶ ଓ ଜାତି ଗଠନ ପାଇଁ ଛାତ୍ର କଂଗ୍ରେସ ଅସରନ୍ତି ତ୍ୟାଗର ସଂକଳ୍ପ ନେଇଛି ।କଂଗ୍ରେସ ଭବନ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହା ବ୍ୟତିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛାତ୍ର କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା ।