ଭୁବନେଶ୍ୱର, ପିପିଲି ଉପନିର୍ବାଚନ ପାଇଁ ପ୍ରଚାରରେ ସାମିଲ ହେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ୬ଟି ଜିଲ୍ଲା ପରିଷଦ ଜୋନ ଓ ପିପିଲି ଏନଏସିରେ ପ୍ରଚାର କରିବେ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭର୍ଚୁଆଲରେ ରାଲି କରିବେ ନବୀନ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।