-
ଦୁଇ ମାସ ମଧ୍ୟରେ ହସ୍ତାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର. ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଂଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ,ବ୍ଳକ ଓ ପଂଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ମାନଙ୍କ ରେ ସରକାରୀ କୋଠା ,ଦୋକାନ ଘର ଗଡ଼ିଆ ପୋଖରୀ ଭଳି ଅନେକ ଅବ୍ୟବହୃତ ସରକାରୀ ସମ୍ପତି ରହିଛି । ଏଗୁଡିକୁ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଂଚାୟତ ରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଂଚଳର ସାମାଜିକ ଓ ଆର୍ôଥକ ବିକାଶରେ ଲଗାଇ ପାରିବେ । ସାଧାରଣ ଲୋକ ଉପକାର ପାଇବେ ।ମିଶନ ଶକ୍ତି ର ମାମାନେ ତାକୁ ଆଥିର୍କ କାର୍ଯ୍ୟ ରେ ଲଗାଇ ପାରିବେ । ମହିଳା ମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାର ର ପ୍ରାଥମିକତା ରହିଆସିଛି । ମିଶନ ଶକ୍ତି ଆଜି ପରିବର୍ତନର କର୍ଣ୍ଣଧାର ହୋଇଛି । ମା ମାନଙ୍କ ର ଏହି ନୀରବ ଆନ୍ଦୋଳନ କୁ ଆହୁରି ମଜବୁତ କରିବା ରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି ।