ଭୁବନେଶ୍ୱର. ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ସ୍ମାରକୀ ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ବାପୁଙ୍କ ଓଡିଶା ଗସ୍ତର ଶତବାର୍ଷିକର ଆସନ୍ତା ୧୦ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ଭୁବନେଶ୍ୱର ପୌର ନିଗମ କର୍ତୃପକ୍ଷଙ୍କ ନିର୍ଦ୍ଦେଶମତେ ବାତିଲ କରାଯାଇଛି ବୋଲି ଆଜି ଏକ ପ୍ରେସ୍ ବିବୃତିରେ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି । ଗାନ୍ଧୀ ସମ୍ମାନରେ ସମ୍ବର୍ଦ୍ଧିତ ହେବାକୁ ଥିବା ରଚନାତ୍ମକ ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ, ଅଶୋକ କୁମାର ସାହୁ ଓ ଆର୍ଯ୍ୟଭଟ୍ଟ ମହାନ୍ତିଙ୍କୁ ପରବର୍ତୀ ସମୟରେ ସମ୍ବର୍ଦ୍ଧିତ କରାଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ବୁଦ୍ଧଦେବ ମିଶ୍ର ସୂଚନା ଦେଇଛନ୍ତି ।