
କଟକ, ସରକାରୀ ଜମିକୁ ନେଇ ଦୁଇ ଗ୍ରାମର ଗ୍ରାମବାସୀ ପରସ୍ପର ମୁହାଁମୁହିଁ ହୋଇଥିବା ବେଳେ ସଂଘର୍ଷରେ ଉଭୟ ପକ୍ଷର ୧୦ ଜଣ ଆହତ ହୋଇଛନ୍ତି । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ବୁଢ଼ାପଙ୍କ ଓ ଭାଗବତପୁର ଗ୍ରାମ ମଧ୍ୟରେ ଘଟିଛି ସଂଘର୍ଷ । ଏପରିକି ଗୋଟିଏ ପକ୍ଷ ଉପରେ ଅପର ଗୋଷ୍ଠୀ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଉଭୟ ଗ୍ରାମରେ ଚାପା ଉତେଜନା ଲାଗି ରହିଛି ।